ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ତପୋବନ ଆଦର୍ଶ ବିଦ୍ୟାଳୟ ପରିସରରେ ସମ୍ବିଧାନ ପ୍ରଣୟନ ଦିବସ ଗୁରୁବାରେ ପାଳିତ ହୋଇଯାଇଛି |ଏଥିରେ ଅତିଥି ଭାବରେ ପୁରୀ ଜିଲ୍ଲାର ଭାରତୀୟ ଜନତା ପାର୍ଟି ର ସଭାପତି ଡକ୍ଟର ଦେବେନ୍ଦ୍ର ନାଥ ତରେଇ, ପୁରୀ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ,ପୁରୀ ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ କୁମାର ବେହେରା, ଯୋଗ ଦେଇଥିଲେ ।

ପ୍ରାରମ୍ଭରେ ଅନୁଷ୍ଠାନର ଅଧ୍ୟକ୍ଷା ଅନ୍ନପୂର୍ଣ୍ଣା ପାଣି ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିଲେ, |ଅନୁଷ୍ଠାନ ର ପ୍ରତିଷ୍ଠାତା ଡକ୍ଟର ପ୍ରମୋଦ କୁମାର ଆଚାର୍ଯ୍ୟ, ସମ୍ବିଧାନ ପ୍ରଣୟନ ଦିବସ ସମ୍ପର୍କରେ ଆଲୋକପାତ କରିଥିଲେ। ୧୯୪୯ ନଭେମ୍ବର ୬ ରେ ପ୍ରଣୀତ ସମ୍ବିଧାନ ପ୍ରାରିତ ହୋଇ ୧୯୫0ଜାନୁଆରୀ ୨୬ ରେ କାର୍ଯ୍ୟକାରୀ ହେଲା ।
ଭାରତ ବର୍ଷ ର ଯଶଶ୍ଵି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଭାଇ ମୋଦି ଙ୍କ ସରକାର ସମୟରେ ଏହି ଦିବସ କୁ ଡକ୍ଟର ଵି ଆର ଆମ୍ବେଦକର ଙ୍କ ପ୍ରାଧାନ୍ୟ ଦେଇ ଏହାକୁ ଆଇନି ଦିବସ ଭାବେ ଭାରତ ବର୍ଷ ପାଳନ କରୁଛି। ଏହି କାର୍ଯ୍ୟ କୁ ସମ୍ବିଧାନ ଦିବସ ରେ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନେ ଯୋଗ ଦେଇ ଶପଥ ପାଠ କରିଥିଲେ ।














