No Result
View All Result
କୋଣାର୍କ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ଲୋକସଭାର ପୂର୍ବତନ ବାଚସ୍ପତି ସ୍ବର୍ଗତ ରବି ରାୟଙ୍କ ଜନ୍ମ ଶତବାର୍ଷିକ-୨୦୨୫ ଉତ୍ସବ ଓଡିଶା ସାହିତ୍ୟ ଏକାଡେମୀ ଓ ରବି ରାୟ ସ୍ମୃତି ସଂସଦ ଓଡ଼ିଶା ବାଲିପାଟଣା, ଖୋର୍ଦ୍ଧାର ମିଳିତ ଆନୁକୁଲ୍ୟରେ କୋଣାର୍କ ସ୍ଥିତ ଯାତ୍ରୀ ନିବାସରେ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ସଂସ୍ଥାର ସଭାପତି ଶ୍ରୀଯୁକ୍ତ ଅଭିମନ୍ୟ ନାୟକଙ୍କ ସଭାପତିତ୍ବରେ ପାଳିତ ହୋଇଯାଇଛି । ଏଥିରେ ଅତିଥିମାନଙ୍କୁ ସମ୍ବର୍ଦ୍ଧନା କଲା ପରେ ସଭାପତିଙ୍କ ସ୍ବାଗତ ଭାଷଣ ପରେ ସମ୍ପାଦକ ଭଗବାନ ସାହୁ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ ।

ବରେଣ୍ୟ ଅତିଥି ଭାବେ ପଦ୍ମଶ୍ରୀ ଡଃ ଦେବୀ ପ୍ରସନ୍ନ ପଟ୍ଟନାୟକ, ଓଡ଼ିଶା ସାହିତ୍ୟ ଏକାଡେ଼ମୀ ସଚିବ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ହୋତା, ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଶଶି ଭୂଷଣ ବେହେରା,ଶିକ୍ଷାବିତ୍ ବିରେନ୍ଦ୍ର ଚନ୍ଦ୍ର ରାୟ ମହାପାତ୍ର ପ୍ରଭୃତି ଯୋଗଦେଇ ସ୍ବର୍ଗତ ରାୟଙ୍କ ସ୍ମୃତି ଚାରଣ କରିଥିଲେ ।

ଏହି ଅବସରରେ ରବି ରାୟ ସ୍ବାସ୍ଥ୍ୟ ସେବା ସମ୍ମାନ,ସମାଜ ସେବା ସମ୍ମାନ,ସାରସ୍ଵତ ସମ୍ମାନ ଓ ଆଦର୍ଶ ଶିକ୍ଷକ ସମ୍ମାନ ଦ୍ଵାରା ଅନେକ ପ୍ରତିଭାବାନ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ସମାବେଶରେ ସଂସ୍ଥାର ସଭ୍ୟ ସର୍ବଶ୍ରୀ, ଦିଲ୍ଲୀପ କୁମାର ଓଝା, ଗଙ୍ଗାଧର ଓଝା,ପୂର୍ଣ୍ଣ ଚନ୍ଦ୍ର ଜେନା,ରମେଶ ଚନ୍ଦ୍ର ସାହୁ,ଲକ୍ଷ୍ମୀଧର ବେହେରା,ମାଗୁଣି ଚରଣ ସେଠୀ ସମେତ ଅନେକ ବରିଷ୍ଟ ସଭ୍ୟ,

କବି,ଲେଖକ,ସାହିତ୍ୟିକ, ବରିଷ୍ଟ ନାଗରିକ, ବୁଦ୍ଧିଜୀବି ଓ ଶତାଧିକ ରବି ରାୟ ପ୍ରେମୀ ଉପସ୍ଥିତ ଥିଲେ । ବିଶିଷ୍ଟ କବି ବିପିନି ବିହାରୀ ମହାନ୍ତି ମଞ୍ଚ ପରିଚାଳନା କରିଥିବା ବେଳେ ଅନୁଷ୍ଠାନର ସମ୍ପାଦକ ଭଗବାନ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସଂସ୍ଥା ତରଫରୁ ଭୋଜନର ବ୍ୟବସ୍ଥା ଅୟୋଜନ କରାଯାଇଥିଲା ।

No Result
View All Result