No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ଭାରତୀୟ ମହିଳାଙ୍କ ଜାତୀୟ ଫେଡେରେସନ ସହବନ୍ଧିତ ଉତ୍କଳ ମହିଳା ସମିତି ପକ୍ଷରୁ ନଭେମ୍ବର୨୫ ତାରିଖରେ ନିଶାମୁକ୍ତ ଓଡିଶା ଦାବିରେ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରଯାଇଥିଲା । ଓଡ଼ିଶାକୁ ନିଶାମୁକ୍ତ କରିବା ପାଇଁ କଠୋର ରୁ କଠୋର ଆଇନ ପ୍ରଣୟନ କରିବା, ସମସ୍ତ ମହିଳାଙ୍କୁ ସ୍ବାବଲମ୍ବୀ କରିବାକୁ ଆଇନ ବ୍ୟବସ୍ଥା କରିବା, ପ୍ରତିଟି ନିଯୁକ୍ତି କ୍ଷେତ୍ରରେ ମହିଳାଙ୍କ ପାଇଁ ୫୦%ଭାଗ ସ୍ଥାନ ସଂରକ୍ଷଣ, କର୍ମ କ୍ଷେତ୍ରରେ ରାତ୍ରିକାଳୀନ ପାଳି କାମରେ ମହିଳା ନିଯୁକ୍ତିର ଯେଉଁ କଳା ଆଇନ କରାଯାଇଛି ତାହାକୁ ପ୍ରତ୍ୟାହାର କରିବା ପ୍ରଭୃତି ଦାବୀ କରି ପୁରୀ ଜିଲ୍ଲାର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ମହିଳାମାନଙ୍କର ଏକ ଶୋଭାଯାତ୍ରା,

ମୋଚିସାହି ଛକରୁ ବାହାରି ଜିଲ୍ଲାପଳଙ୍କ କାର୍ଯ୍ୟାଳୟ ସମୁଖରେ ପ୍ରତିବାଦ ସଭାରେ ଉତ୍କଳ ମହିଳା ସମତିର ଜିଲ୍ଲା ସଭାନେତ୍ରୀ ବିଦୁଲତା ପୃଷ୍ଟି, ରାଜ୍ୟ ସାଧାରଣ ସମ୍ପାଦିକା ଜିନ୍ମୟୀ ସାହାଣି, ମାଗୁଣି ପ୍ରଧାନ, ସରୋଜିନୀ ଜେନା, ପ୍ରତିଭା ମହାପାତ୍ର, ସସ୍ମିତା ନାୟକ,ସଞ୍ଜୁଲତା ବେହେରା ପ୍ରମୁଖ ଅଭିଯୋଗ କରିଥିଲେ ଯେ, ଗତ ବିଧାନ ସଭା ଓ ସଂସଦ ନିର୍ବାଚନ ସମୟରେ ବିଜେପି ମହିଳାଙ୍କ ସାମାଜିକ ସୁରକ୍ଷା ପାଇଁ ଦେଇଥିବା ବହୁ ପ୍ରତିଶୃତି ପୂରଣ କରିବାରେ ବିଫଳ ହୋଇଛି ।
ମହିଳା ସ୍ବାବଲମ୍ବୀ ପାଇଁ ଚାଲିଥିବା ସୁଭଦ୍ରା ଯୋଜନା ପ୍ରହସନରେ ପରିଣତ ହୋଇଛି । ରାଜ୍ୟରେ ଦିନକୁଦିନ ବଢି ଚାଲିଥିବା ନାରୀ ନିର୍ଯ୍ୟାତନା ରୋକିବାରେ ବିଫଳ ହୋଇଛନ୍ତି । ସାମାଜିକ ଅଶାନ୍ତି ଓ ପରିବାରଗୁଡିକ ଭାଙ୍ଗି ପଡିବା ପାଇଁ ମଦ ମୁଖ୍ୟ ଭୂମିକା ନେଉଥିବାରୁ ତୁରନ୍ତ ମଦମୁକ୍ତ ଓଡିଶା କରିବା ପାଇଁ ସରକାର ଦୃତ ପଦକ୍ଷେପ ନେବାକୁ ଦାବୀ କରିଥିଲେ । ମହିଳାମାନଙ୍କ ନିଶାମୁକ୍ତଓଡିଶା ଆନ୍ଦୋଳନ ବ୍ୟାପକ ହେବ ବୋଲି ଚେତାବନୀ ଦେଇଥିଲେ l ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକଦାବୀପତ୍ର ପୁରୀ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା l

No Result
View All Result