ସାକ୍ଷୀଗୋପାଳ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ରାଜକିଶୋର ସେନାପତି – ପୁରୀ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣୀ ଆଜି ସତ୍ୟବାଦୀ ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା।ଅତିରିକ୍ତ ଜିଲ୍ଲାପାଳ ରାଜସ୍ଵ ଡ .ଶରତ ଚନ୍ଦ୍ର ମହାପାତ୍ର ଏଥିରେ ଅଧ୍ୟକ୍ଷତା କରିଥିଲେ।ଏଥିରେ ମୋଟ ୫୫ ଗୋଟି ଅଭିଯୋଗ ମିଳିଥିଲା।ସେଥିରୁ ୪୮ ଗୋଟି ବ୍ୟକ୍ତିଗତ,୫ ଗୋଟି ଗ୍ରାମ ସମ୍ବନ୍ଧୀୟ,ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ସମ୍ପର୍କରେ ୨ଟି ଅଭିଯୋଗ ରହିଥିଲା।ତତକ୍ଷଣାତ ୨ ଗୋଟି ର ସମାଧାନ କରାଯାଇଥିଲା।















