ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଯୁଗାପଦର ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଜୈନକ ଯୁବକ କାଠ ଫାଳିଆରେ ପିଟି ପିଟି ବୃଦ୍ଧ ଜଣଙ୍କୁ ହତ୍ୟା କରିଥିବା ଜଣାପଡିଛି। ହତ୍ୟା ର କାରଣ ଅସ୍ପଷ୍ଟ ଥିବା ବେଳେ ମୃତକ ଜଣକ କଞ୍ଜାମେଣ୍ଡି ଗ୍ରାମର ଅଲେଖ ନାୟକ ହୋଇଥିବା ବେଳେ ହତ୍ୟାକାରୀ ଯୁଗାପଦର ଗ୍ରାମର ମିଥୁନ୍ ମଲ୍ଲିକ ବୋଲି ଜଣାପଡ଼ିଛି ।















