ଓଡ଼ିଶା ତାଜା ନ୍ୟୁଜ୍ (୧୭ ସେପ୍ଟେମ୍ବର ଗୁରୁବାର ) ଢେଙ୍କାନାଳ :– ଆଜି ଜିଲ୍ଲାରେ ୮୬ ନୂଆ କରୋନା ପଜିଟିଭ୍ ଚିହ୍ନଟ ଏବଂ ୧୫୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ପୌରାଞ୍ଚଳର R&B office-6,Block colony-4,ମହିଷାପାଟ, ଟାଉନ୍ ପ୍ଲାନିଙ୍ଗ୍, ଟାଉନ୍ ଥାନା, ମୀନା ବଜାର, ଭାଗିରଥି ବିହାର, ଅମଲାପଡା, କାଞ୍ଚନ ବଜାର,ରଥଗଡା ଓ ହାଉସିଂ ବୋର୍ଡ କଲୋନୀ ରୁ ଜଣେ ଚିହ୍ନଟ ହୋଇଛନ୍ତି । ସଦର ବ୍ଲକ ମଙ୍ଗଳପୁରରୁ ୨ ଜଣ ଚିହ୍ନଟ ଥିବାବେଳେ କେଶରିଆ, ନମିଚିରା,ସାଙ୍କୁଲେଇ, କଙ୍କଡ଼ାହାଡ଼,ଖମାର ବନମାଳୀ ପ୍ରସାଦରୁ ଜଣେ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ଓଡ଼ାପଡ଼ା ବ୍ଲକର ସାଇଁବିରିରୁ ୩, ଛାଇପୁରା ପାଟଣା ଓ ହରିପୁରରୁ ୨ ଜଣ ଚିହ୍ନଟ ହୋଇଥିବା ବେଳେ ଗଦାଶିଳା, ଦୀନବନ୍ଧୁ ପୁର,ଇନ୍ଦିପୁର,ସାଧାଡିହି କାଟେଣୀ,ନିମିଧା,କାଣ୍ଡବିନ୍ଧା, ମୋଟଙ୍ଗା, ଖଡକପ୍ରସାଦରୁ ଜଣେ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କାମାକ୍ଷାନଗର ଏନ୍ ଏ ସି ରୁ ୧୦ ଜଣ ଚିହ୍ନଟ ହୋଇଥିବା ବେଳେ ବ୍ଲକର ଖୁଣ୍ଟାବତୀରୁ ୩ ଏବଂ କମଙ୍ଗରା,କାଳିଆହତା,କମର୍ଦା,ଖଟୁଆହତା, ଅନନ୍ତପୁର ଓ ସମଟାଙ୍ଗୀରୁ ଜଣେ କୋଭିଡ୍ ଚିହ୍ନଟ ହୋଇଛନ୍ତି। ସେହିପରି ଭୁବନ ଏନ୍ ଏ ସି ରୁ ୯ ଜଣ ଚିହ୍ନଟ ହୋଇଥିବା ବେଳେ ପରଜଙ୍ଗ ବ୍ଲକର ପରଜଙ୍ଗରୁ ୩, କନ୍ଦରସିଂହାରୁ ୨ ଓ ଓ ଦଶିପୁରରୁ ଜଣେ ଏବଂ ହିନ୍ଦୋଳ ବ୍ଲକ ମହିଧର ପୁର ଓ ଗନ୍ଦିଆ ବ୍ଲକ ଗନ୍ଦିଆରୁ ଜଣେ ଲେଖାଏଁ ବ୍ୟକ୍ତି କରୋନା ପଜିଟିଭ୍ ଭାବେ ଚିହ୍ନଟ ହୋଇଛନ୍ତି।
ଏମାନଙ୍କ ମଧ୍ୟରୁ ୬୨ ଜଣ ହୋମ୍ କ୍ଵାରେଣ୍ଟାଇନରୁ, ୧୬ ଜଣ ସ୍ଥାନୀୟ ଆଣ୍ଟିଜେନ୍ ଟେଷ୍ଟ୍ ଦ୍ଵାରା ଚିହ୍ନଟ ହୋଇଥିବାବେଳେ ୮ ଜଣ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ଆଜି ଆଉ ୧୫୦ ଜଣ ଆକ୍ରାନ୍ତ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜିସୁଦ୍ଧା ଜିଲ୍ଲାରେ ସମୁଦାୟ ୨୮୩୬ ଆକ୍ରାନ୍ତ ଥିବାବେଳେ ୨୩୭୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୬୪ ଜଣ ଚିକିତ୍ସାଧୀନ ଥିବା ବେଳେ ଦୁଇ ଜଣ ମୃତ୍ୟୁବରଣ କରିଛନ୍ତିି । (ରିପୋର୍ଟ / ଅମର ରଞ୍ଜନ ଦାସ)