ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ପୋଲିସ୍ ନାଇଟ୍ ପେଟ୍ରୋଲିଂ କରୁଥିବା ବେଳେ କୁର୍ଲ୍ଲବାହାଲ ଛକ ଠାରେ ବେଆଇନ୍ ଦାଦନ ଚାଲାଣ ହେଉଥିବା ୧୨ ଦାଦନକୁ ଉଦ୍ଧାର କରିଛି । ଏଥୂସହ ଦାଦନ ଚାଲାଣରେ ବ୍ୟବହୃତ ଏକ ଅଟୋକୁ ଜବତ୍ କରିବା ସହ ଅଟୋ ଡ୍ରାଇଭର ଚଣାବାହାଲ ଗାଁର ବିନୋଦ ଛନ୍ଦକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସେହିପରି ଉଦ୍ଧାର ହୋଇଥିବା ଉକ୍ତ ଦାଦନ ଶ୍ରମିକ ମାନଙ୍କୁ ସଂପୂକୁ ପୋଲିସ୍ ଥାନାକୁ ଆଣି ପଚରା ଉଚରା କରିଛି ।















