ଓଡ଼ିଶା ତାଜା ନ୍ୟୁଜ (୧୭ ସେପ୍ଟେମ୍ବର ଗୁରୁବାର) କଟକ :- ସାରା ଦେଶ ମହାମାରୀ କରୋନା କବଳିତ ଥିବା ବେଳେ ରାଜ୍ୟରେ ପୋଲିସ ପ୍ରଶାସନ କରୋନା ଆକ୍ରାନ୍ତ ହେବାରେ ଲାଗିଛି । ରାଜ୍ୟ ସରକାର କରୋନା ଯୋଦ୍ଧା ରୂପେ ମାନ୍ୟତା ପ୍ରଦାନ କରିଥିବା ପୋଲିସ ପ୍ରସାଶନ କରୋନା ଆକ୍ରାନ୍ତିତ । ସୂଚନାନୁସାରେ କଟକ ଲାଲବାଗ୍ ଥାନାରେ ପୁର୍ବରୁ ୧୪ ଜଣ ସମ୍ପୁର୍ଣ୍ଣ କରୋନା ଆକ୍ରାନ୍ତ ହୋଇଥିବାର ଜଣା ଯାଇଥିଲା ବେଳେ ଗତ କାଲି ୩ ଜଣ ସୁସ୍ଥ ହୋଇ ଥାନା ଅଧିକାରୀ କାର୍ଯ୍ୟ ରେ ଯୋଗ ଦେଇଛନ୍ତି ।
ଏବଂ ଅନ୍ୟ ଜଣେ କରୋନା ରେ ପୀଡିତ ଅଧିକାରି ଙ୍କ ର ମୃତ୍ୟୁ ଘଟିଛି । କରୋନା ରେ ପୀଡିତ ଅନ୍ୟ ୧୦ ଜଣ ଙ୍କର ଶୀଘ୍ର ସୁସ୍ଥ ଆରୋଗ୍ୟ କାମନା କରି ସହୃଦୟର ସହ ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଲାଲବାଗ୍ ଥାନା ଆଇଆଇସି ଓ ଅନ୍ୟ ଅଧିକାରୀ ମାନେ ସୁସ୍ଥ ହୋଇ କାର୍ଯ୍ୟ ରେ ଯୋଗ ଦେଇଥିବା କର୍ମଚାରୀ ଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ( କଟକ ରିପୋର୍ଟ /ରଶ୍ମିତା ମହାପାତ୍ର)