No Result
View All Result
ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ୍ କାର୍ଯ୍ୟାଳୟ ପରିସରରେ ବୁଧବାର ଦିନ ବ୍ଲକ୍ ସ୍ତରୀୟ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି। ଏହି ଶିବିର କୁ କଣ୍ଟାବାଞ୍ଜି ବିଧାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ। ଉଦ୍ଘାଟନୀ ସଭାରେ ସମ୍ମାନିତ ଅତିଥି ଭାବେ ତୁରେକେଲା ସରପଞ୍ଚ ଜଳନ୍ଧର ମହାକୁଡ ,ବ୍ଲକ୍ ଆକାଉଣ୍ଟ ଅଫିସର ଅନୁଷୟା ମେହେର, ଡବ୍ଲୁଇଓ ଉଧ୍ୟତ କୁମାର ରାଉତ,ପ୍ରଫୁଲ୍ଲ କୁମାର ପଧାନ ପ୍ରମୁଖ ମଞ୍ଚାସିନ ଥିଲେ।

ଶିବିରରେ ପେନସନ,ସ୍କୋଲାର୍ଶିପ,ମିଶନ କ୍ଷମତା,ବୈବାହିକ ସହାୟତା,ବସ୍ ଟ୍ରେନ କନ୍ସେଶନ ,ସିଏମ୍ଆରଏଫ୍,ଶ୍ରମ ରୋଜଗାର, ସ୍କିଲ ଡେଭଲପମେଣ୍ଟ ସହ ବିଭିନ୍ନ ସହାୟତା ଫର୍ମ ସଂଗ୍ରହ କରାଯାଇଥିଲା । ଏହି ଶିବିର ରେ ଶତାଧିକ ହିତାଧିକାରୀ ସାମିଲ ହୋଇଥିଲେ। ଶିବିରର ସାଧାରଣ ସଭା କୁ ସୁନିଲ କୁମାର ସାହୁ ପରିଚାଳନା କରୁଥିବେ ବେଳେ କାର୍ଯ୍ୟକ୍ରମ ସଫଳ କରିବା ପାଇଁ ବିଭାଗୀୟ ଅଧିକାରୀ ମଧ୍ୟରେ ଆକାଶ ସେଲମା, ମିତ୍ରା ବରିହା, ବିକାଶ ତାଣ୍ଡି , ମୁଖ୍ୟ କିରାଣୀ ପ୍ରଫୁଲ ପ୍ରଧାନ, ବୃନ୍ଦାବତୀ ତିର୍କି ପ୍ରମୁଖ ସହଯୋଗ କରିଥିଲେ ।

No Result
View All Result