ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କେତେବେଳେ ଶିଶୁ ବିକ୍ରୀ ପାଇଁ ଚର୍ଚ୍ଚାରେ ତ କେତେବେଳେ ଶିଶୁ ବଳି ପାଇଁ। କେତେ ବେଳେ ଦାଦନ ଗଡ଼ ଭାବେ ପରିଚିତ ତ କେତେବେଳେ ମନରେଗା ଦୁର୍ନୀତି କୁ ନେଇ ଭିଜିଲାନ୍ସ ହାତରେ ଯନ୍ତ୍ରୀ । ଏଭଳି ସ୍ଥିତିରେ ବଙ୍ଗୋମୁଣ୍ଡା ବ୍ଲକର କିଛି ମହିଳା ସରପଞ୍ଚ ଙ୍କ କାର୍ଯ୍ୟ ଶୈଳୀ ପ୍ରଶଂସା ଯୋଗ୍ୟ ବୋଲି ଅଞ୍ଚଳବାସୀ ଚର୍ଚ୍ଚା କରୁଛନ୍ତି। ଆଗରୁ ଅଲଣ୍ଡା ସରପଞ୍ଚ ନିବେଦିତା ବାଗ ନିଜ ପଞ୍ଚାୟତ ଠାରେ ପଞ୍ଚାୟତ ର ଛାତ୍ରଛାତ୍ରୀ ମାନଙ୍କ ପାଇଁ କୋଚିଙ୍ଗ କ୍ଲାସ ଆରମ୍ଭ କରିବା ଚର୍ଚ୍ଚା ରେ ଥିବାବେଳେ ଝଲପ ସରପଞ୍ଚ ଗୀତା ଫୁଲ ପୁଟେଲ ମଧ୍ୟ ତିନୋଟି କାର୍ଯ୍ୟକ୍ରମ ହାତକୁ ନେଇ ଚର୍ଚ୍ଚାରେ।

ବଙ୍ଗୋମୁଣ୍ଡା ବ୍ଲକ ଅର୍ନ୍ତଗତ ଝଲପ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପଞ୍ଚାୟତ ବାସୀଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ନିମନ୍ତେ ଏକ ଆର୍ ଓ ମେସିନ, ୪ ଟି ଲାପଟପ ଓ ୫ ସିଲାଇ ମେସିନ ଲୋକାର୍ପିତ ହୋଇଯାଇଛି। ଝଲପ ସରପଞ୍ଚ ଗୀତା ଫୁଲ ପୁଟେଲ ଙ୍କ ତତ୍ବାବଧାନରେ ହୋଇଥିବା ଏହି ଲୋକାର୍ପିତ କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ରଞ୍ଜୁବାଲା ବେହେରା, ବଙ୍ଗୋମୁଣ୍ଡା ବ୍ଲକ ସାଂସଦ ପ୍ରତିନିଧି ଅନିଲ ନାଏକ, ସିନ୍ଧେକେଲା ସମିତି ସଭ୍ୟ ଭୋଲାନାଥ ବେହେରା, ପିଇଓ ପିତବାସ ଜାନୀ , ଗୋବିନ୍ଦ ପୁଟେଲ ପ୍ରମୁଖ ଯୋଗ ଦେଇଥିଲେ।
ସମସ୍ତ ଓ୍ବାର୍ଡ ସଭ୍ୟ ସଭ୍ୟା ସହଯୋଗ କରିଥିବା ବେଳେ ନାଏବ ସରପଞ୍ଚ ଝସକେତନ ବାରିକ୍ ସଭା ସଂଚାଳନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ବାଗ ପଞ୍ଚାୟତ ତରଫରୁ ସରପଞ୍ଚ ଙ୍କ ତିନୋଟି କାର୍ଯ୍ୟକ୍ରମକୁ ଲୋକାର୍ପିତ ସମୟରେ ବିଶୁଦ୍ଧ ପାନୀୟ ଜଳ ଦ୍ବାରା ଏଠାରେ ଦେଖାଦେଉଥିବା କିଡନୀ ରୋଗର ହାର କମିବ, ଏବଂ ସହଜରେ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ମିଳିପାରିବ।
ଲାପଟପ ଦ୍ବାରା ଯୁବ ବର୍ଗ ଙ୍କୁ ନୂତନ ଯୁଗର ପ୍ରଯୁକ୍ତି ଦ୍ବାରା ଯୋଡ଼ି ହେବ । ସ୍ଥାନୀୟ ଯୁବଗୋଷ୍ଠୀ କମ୍ପ୍ୟୁଟର ଭିତ୍ତିକ ଦକ୍ଷତା ହାସଲ କରିପାରିବେ। ଏହି ପଦକ୍ଷେପ ଯୁବଗୋଷ୍ଠୀ ଙ୍କୁ ଗାଁ ରୁ ଗ୍ଲୋବାଲ ମାର୍କେଟ ପର୍ଯ୍ୟନ୍ତ ପହଞ୍ଚାଇପାରିବ। ଏବଂ ଟେଲର ମେସିନ ଦ୍ବାରା ନାରୀ ସଶକ୍ତିକରଣ ଓ ଆତ୍ମନିର୍ଭରତା ନୂତନ ଅବସର ଆଣିବ ବୋଲି କହିଥିଲେ। ପରେ ସମ୍ମାନୀତ ଅତିଥି ମାନେ ମଧ୍ୟ ସରପଞ୍ଚ ଙ୍କ କାର୍ଯ୍ୟ କୁ ବେଶ୍ ପ୍ରଶଂସା କରିଥିଲେ।














