ଓଡ଼ିଶା ତାଜା ନ୍ୟୁଜ (୧୭ ସେପ୍ଟେମ୍ବର ଗୁରୁବାର) ଭୁବନେଶ୍ୱର :- ରାଜଧାନୀ ରେ କରୋନା ଯୋଦ୍ଧା ଭାବେ ମାନ୍ୟତା ପ୍ରାପ୍ତ କମିଶନରେଟ ପୋଲିସ ଙ୍କ ଠାରେ କରୋନା ଚିହ୍ନଟ । ରାଜଧାନୀ ର ଅନେକ ପୋଲିସ ଷ୍ଟେସନ ରେ ଥାନା ଅଧିକାରୀ ସମେତ କର୍ମଚାରୀ ଙ୍କ ଠାରେ କରୋନା ପଜିଟିଭ୍ ବାହାରିଛି । ରାଜଧାନୀରେ କରୋନା ଏବେ ଅଣାୟତ ସ୍ଥିତି ଦେଇ ଗତି କରୁଛି । ଭୁବନେଶ୍ୱରରେ ଏବେ ଆକ୍ରାନ୍ତ ଙ୍କ ସଂଖ୍ୟା ଗଞ୍ଜାମକୁ ଟପିଯାଇଛି ।
ପ୍ରତ୍ୟେକ ଦିନ ୫ଶହରୁ ଅଧିକ ଆକ୍ରାନ୍ତ ରାଜଧାନୀରୁ ବାହାରୁଥିବାରୁ ଜିଲ୍ଲା ପ୍ରଶାସନ ପାଇଁ ଚିନ୍ତା ବଢ଼ିବାରେ ଲାଗିଛି କରୋନା ର ଏହି କରାଳ ରୂପ ପୋଲିସ ପ୍ରଶାସନ ଉପରେ ମଧ୍ୟ ପଡ଼ିବାରେ ଲାଗିଛି ଏଭଳିକି ନୂଆପଲ୍ଲୀ, ଶହିଦ୍ ନଗର, ମଞ୍ଚେଶ୍ୱର, ଖାରବେଳନଗର, ତମାଣ୍ଡୋ, ଯାଁଳା,ଜଟଣୀ, ଇନ୍ସଫୋସିଟି, ଲକ୍ଷ୍ମୀସାଗର, ଧଉଳି, ଲିଙ୍ଗରାଜ, କ୍ୟାପିଟାଲ, ମହିଳା, ବରଗଡ, ଚନ୍ଦ୍ରଶେଖରପୁର ଏବଂ ନନ୍ଦନକାନନ ଥାନାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ୯୦ ପ୍ରତିଶତ କର୍ମଚାରୀ କରୋନା ଦ୍ୱାରା ପ୍ରଭାବିତ ହୋଇଛନ୍ତି ।
ସେହିଭଳି କମିଶନରେଟ ପୁଲିସର ୨ ଏସିପିଙ୍କ ସମେତ ୭ ଇନ୍ସପେକ୍ଟର କରୋନା ଆକ୍ରାନ୍ତ ହୋଇଛନ୍ତି । ଅନ୍ୟ ପଟେ ୯୦ ପ୍ରତିଶତ କର୍ମଚାରୀ କରୋନା ରେ ପ୍ରଭାବିତ ହେବା ଦ୍ବାରା ଲୋକମାନଙ୍କୁ ଆଉ ମିଳୁନାହିଁ ପୁଲିସ ସୁରକ୍ଷା କି ତ୍ୱରିତ ସେବା । ସବୁ ଥାନାରେ ଥିବା ପିସିଆର କର୍ମଚାରୀଙ୍କୁ ମଧ୍ୟ କରୋନା ହେବା ଫଳରେ ଜନସାଧାରଣ ମାନେ ତ୍ୱରିତ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି ।