ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବଲାଙ୍ଗିର ଜିଲ୍ଲାରେ ଆଜି ଡ଼ାକ ସେବା କାର୍ଯ୍ୟାଳୟ ପକ୍ଷରୁ ନୂତନ ଖାତା ଖୋଲିବା ପାଇଁ ଏକ ସ୍ଵତନ୍ତ୍ର ପର୍ବ ରହିଥିବା ବେଳେ, ବଲାଙ୍ଗିର ଜିଲ୍ଲାର କଣ୍ଟାବାଞ୍ଜି ପୋଷ୍ଟମାଷ୍ଟର ଶ୍ରୀ ଗୌରାଙ୍ଗ ଚରଣ ସା ଜିଲ୍ଲାରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ସୂଚନା ଯୋଗ୍ଯ ପିପିଏଫ. ଏସବି. ଏସ୍ଏସ୍ଏ. ଟିଡ଼ି. ଏସସିଏସଏସ. ଆରଡ଼ି ଭଲି ବିଭିନ୍ନ ପ୍ରକାର ଯୋଜନାରେ ୨୫୬ ଟି ଖାତା ଖୋଲି ରେକର୍ଡ଼ ସୃଷ୍ଟି କରିଛନ୍ତି ବୋଲି ଜିଲ୍ଲା ମୁଖ୍ୟ ଡ଼ାକ ପ୍ରବନ୍ଧକ ଶ୍ରୀ ସଞ୍ଜୟ ବିଶ୍ଵାଳ ପ୍ରକାଶ କରିଛନ୍ତି ।















