ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ବଡ଼ବାଙ୍କୀ ପଂଚାୟତ ଅନ୍ତର୍ଗତ ଚାରପାଣି ଗାଁ ରେ ୨୦୦୦ରୁ ଉର୍ଦ୍ଧ ଲୋକ ବସ ବାସ କରୁଛନ୍ତି । ଏହି ଗାଁ ରେ ପିଇବା ପାଣିର ଘୋର ସମସ୍ୟା ଦେଖାଯାଉଛି । ଶୀତ ଋତୁ ରେ ପିଇବା ପାଣିର ଘୋର ସମସ୍ୟା ଦେଖାଦେଲାଣି, ତେବେ ଗ୍ରୀଷ୍ମ ଋତୁ ରେ କେମିତି ପାଣି ସମସ୍ୟା ହେବ ଗ୍ରାମବାସୀ ଚିନ୍ତା ପ୍ରକଟ କଲେଣି । ବସୁଧା ଯୋଜନା ରେ ଗାଁକୁ ପିଇବା ପାଣି ଯୋଗକାଇବାକୁ ସରକାର ବ୍ୟବସ୍ଥା କରୁଥିବା ଵେଲେ,
ବାସ୍ତବିକ୍ କ୍ଷେତ୍ରରେ ତାର ସଫଳ ରୁପାୟନ ହୋଇ ପାରୁ ନାହିଁ ଯା ଫଳରେ ଉପାନ୍ତ ରେ ପିଇବା ପାଣିର ଘୋର ସମସ୍ୟା ଦେଖିବାକୁ ମିଳୁଛି । ସୂଚନା ଅନୁସାରେ ଚାରପାଣି ଗାଁ ରେ ଗତ ମାସେ ହେଲାଣି ପିଇବା ପାଣି ଯୋଗାଉଥିବା ବସୁଧା ଯୋଜନା ର ପାଣି ପାଇପ୍ ଫାଟି ଯାଇଛି, ପାଣି ପମ୍ପ ଚାଲୁ କଲେ ରାସ୍ତାରେ ବହୁଛି ପାଣି,
ଯା ଫଳରେ ପମ୍ପ ଅପରେଟର ପାଣି ଚାଲୁ କରିବା ବନ୍ଦ କରି ବାକୁ ବାଧ୍ୟ ହେଉଅଛି, ତେବେ ସରପଞ୍ଚ ଓ ବିଭାଗ ଅଧିକାରୀଙ୍କୁ କହିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଲୋକେ ଗାଁ ରେ ଖୋଲା କୁଆଁ , ଗାଡିଆ ପାଣି ପିଇ ବିଭିନ୍ନ ସଂକ୍ରମଣ ରୋଗରେ ପଡି ଯାଉଛନ୍ତି, ତେବେ ଶୀଘ୍ର ପିଇବା ପାଣି ଯୋଗାଇ ଦେବାକୁ ସାଧାରଣ ରେ ଦାବୀ ହେଉଛି । ତୁରେକେଲା ବିଡିଓ ପୂର୍ଣାନନ୍ଦ ପଟେଲ ଙ୍କୁ ପଚାରିବାରୁ ସେ ଶୀଘ୍ର ସମାଧାନ କରାଯିବ ବୋଲି କହି ଛନ୍ତି ।














