No Result
View All Result
ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବଲାଙ୍ଗୀର ଜିଲ୍ଳା କଣ୍ଟାବାଞ୍ଜି ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ ଡାକ ବଙ୍ଗଳା ଠାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ସାମ୍ବାଦିକ ମାନେ ଗ୍ରାମାଞ୍ଚଲର ସମସ୍ୟାର ଖବର ନିରନ୍ତର ଭାବେ ସରକାରଲେଖନୀ ମୁନକୁ ଆହୁରି ଜାରି ରଖି ଲୋକଙ୍କ ସମସ୍ୟାର ସମାଧାନ ଦିଗରେ ଆଗେଇ ଆସିବା ପାଇଁ ଆଲୋଚନା ହୋଇଥିଲା । ଗତ କିଛି ବର୍ଷ ହେବ ଖବର ପ୍ରକାଶନ ପରେ ମଧ୍ୟ ପ୍ରଶାସନ ତ୍ୱରିତ ପଦକ୍ଷେପ ନେଉନାହାନ୍ତି ।
ଓ ପ୍ରଶାସନ ଠାରେ ପହଁଞ୍ଚାଇଥାନ୍ତି । ସାମ୍ବାଦିକଙ୍କ ସୁରକ୍ଷା ଅତ୍ୟନ୍ତ ଜରୁରୀ,ବିଭିନ୍ନ ସମୟରେ ସାମ୍ବାଦିକ ମାନଙ୍କୁ ଆକ୍ରମଣ ମଧ୍ୟ ହୋଉଛି ସେହି ଦିଗରେ ସରକାର କିଛି ନୂତନ ଆଇନ ଗଠନ କରିବେ ବୋଲି ଆମ ଆଶା ବୋଲି ଉପସଭାପତି ମୋହନ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ।
ଅଞ୍ଚଳର ବିଭିନ୍ନ ବିକାଶମୁଖୀ କାର୍ଯ୍ୟରେ ସାମ୍ବାଦିକ ମାନେ ଆଗେଇ ଆସିବା ସହ ସାଧାରଣ ଲୋକଙ୍କ ସ୍ୱର ହେବା ପାଇଁ ମତ ପ୍ରକାଶ ପାଇଥିଲା । ଉପସଭାପତି ମୋହନ ସୋନିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସଭାରେ ସମ୍ପାଦକ ଶେଖ ସମିମ କାର୍ଯ୍ୟକାରୀ ସଭାପତି ଗୁରୁ ଦୟାଲ ହଂସ, କୋଷାଧ୍ୟକ୍ଷ କୀର୍ତ୍ତିକର ବାଗ, ବରିଷ୍ଠ ସାମ୍ବାଦିକ ଜୀବନ ମହାନ୍ତି, କୁଶଲ ସିଂହ ଠାକୁର, ବିନୋଦ ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

No Result
View All Result