ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଓଡ଼ିଶାର ଲୋକପ୍ରିୟକଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକରେ ମଙ୍ଗଳବାର ସନ୍ଧ୍ୟାରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି l ଟିଟିଲାଗଡ଼ ଭଳି ଅଞ୍ଚଳରୁ ଯାଇ ସେ ସାରା ଓଡ଼ିଶାରେ ବହୁତ କମ୍ ସମୟମଧ୍ୟରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ବୋଲି ଏଥ୍ରେ ମତ ପ୍ରକାଶ ପାଇଛି I
ଶାନ୍ତନୁ ବିଭାଗ, ରମେଶ ମହାନନ୍ଦ, ମୋହନ ସୁନା,ରଶ୍ମିରଞ୍ଜନ ନାଗ, ଅଶୋକ କୁମାର, ବିଭୁତି ବାଗ, ମାଧବ ବଏ, ସୁଶୀଲ ତାଣ୍ଡି, ହିମାଂଶୁ ବଏ, ପଞ୍ଚମ ତାଣ୍ଡି ପ୍ରମୁଖ ହ୍ୟୁମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।














