• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଭୁବନେଶ୍ୱରରେ ପ୍ରଥମ ନୋଭା ଆଇଭିଏଫ ଫର୍ଟିଲିଟି କେନ୍ଦ୍ରର ଶୁଭାରମ୍ଭ

Proprietor Abhimanyu Maharana by Proprietor Abhimanyu Maharana
November 18, 2025
in ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍
0
Nova IVF Fertility enters Odisha, with the launch of its 1 st centerin  Bhubaneswar
Share on FacebookShare on TwitterWhatsapp

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଆନ୍ତର୍ଜାତୀୟ ମାନର ଫର୍ଟିଲିଟି ଚିକିତ୍ସା ସୁବିଧାଥିବା ଭାରତର ଅଗ୍ରଣୀ ଫର୍ଟିଲିଟି ଚେନ, ନୋଭା ଆଇଭିଏଫ ଫର୍ଟିଲିଟି ଭୁବନେଶ୍ୱରରେ ନିଜର ପ୍ରଥମ ସେଂଟର୍‌ର ଶୁଭାରମ୍ଭ କରିଛି । ଉଭୟ ଟିୟର ୧ ଓ ଟିୟର ୨ ସହର ଗୁଡିକରେ ନିଃସନ୍ତାନ ସମସ୍ୟା ବୃଦ୍ଧି ପାଉଥିବାବେଳେ ଏହି ଫର୍ଟିଲିଟି ଚେନର ୪୦% ସେଂଟର ଟିୟର ୨ ଓ ଟିୟର ୩ ସହରଗୁଡିକରେ ରହିଛି । ଏହି ଜାତୀୟସ୍ତରୀୟ ଫର୍ଟିଲିଟି ଚେନ ଦମ୍ପତିଙ୍କ ପାଇଁ ଖୁବ କମ ମୂଲ୍ୟରେ ଚିକିତ୍ସା ସୁବିଧା ପ୍ରଦାନ କରୁଛି ।

ନୋଭା ଆଇଭିଏଫ ଭୁବନେଶ୍ୱର ସେଂଟରକୁ ଏମ୍ବ୍ରୋ (ଭୃଣ)ସିଲେକ୍ସନ କ୍ଷେତ୍ରରେ ଆର୍ଟିଫିସିଆଲ ଇଂଟେଲିଜେନ୍ସ ଭଳି ନୂତନ ଟେକ୍ନୋଲୋଜି ଆଣିଛି । ଏହି ଅବସରରେ ଓଡ଼ିଶା ଚାପ୍ଟର ଇଣ୍ଡିଆନ ମେଡିକାଲ ଆସୋସିଏସନର ସେକ୍ରେଟାରୀ ଡା.ପ୍ରତ୍ୟୁଷ କୁମାର ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ଏସମ୍ପର୍କରେ ନୋଭା ଆଇଭିଏଫ ଫର୍ଟିଲିଟିର ମେଡିକାଲ ଡାଇରେକ୍ଟର, ଡକ୍ଟର ରୋହିତ ଗୁଟ୍‌ଗୁଟିଆ  କହିଛନ୍ତି, “ଆମେ ସଠିକ୍ ଚିକିତ୍ସା ଓ ସଫଳତା ହାର ବୃଦ୍ଧି କରିବା ପାଇଁ ଆର୍ଟିଫିସିଆଲ ଇଂଟେଲିଜେନ୍ସକୁ ବ୍ୟବହାର କରୁଛୁ ।

ନୋଭା ଆଇଭିଏଫ ଫର୍ଟିଲିଟିରେ ଆମେ ବାରମ୍ବାର ଆଇଭିଏଫ ବିଫଳତା, ଗର୍ଭପାତ କିମ୍ବା ଜେନେଟିଭ ସ୍ଥିତି ଆଦି ସମସ୍ୟା ସହ ଆସୁଥିବା ପ୍ରତ୍ୟେକ ଦମ୍ପତିଙ୍କ ପାଇଁ ଏକ ବ୍ୟକ୍ତିଗତ ଚିକିତ୍ସା ଅନୁସରଣ କରିଥାଉ । ଆମର ଲ୍ୟାବଗୁଡିକରେ ଆମେ ଇଲେକ୍‌ଟ୍ରୋନିକ ୱିଟନେସିଙ୍ଗ ସିଷ୍ଟମଗୁଡିକର ବ୍ୟବହାର କରିଥାଉ ଯାହା ଲ୍ୟାବ୍ ବୈଜ୍ଞାନିକମାନଙ୍କୁ (ଏମ୍ବ୍ରୋଲୋଜିଷ୍ଟ) କୌଣସି ପ୍ରକାରର ଡିମ୍ବାଣୁ ଓ ଶୁକ୍ରାଣୁ ମିଶ୍ରଣ କ୍ଷେତ୍ରରେ ଏକ ଆଲାରାମ ସିଷ୍ଟମ ଭଳି ସତର୍କ କରିଥାଏ ।

ଆର୍ଟିଫିସିଆଲ ଇଂଟେଲିଜେନ୍ସ ଏମ୍ବ୍ରୋଲୋଜିଷ୍ଟଙ୍କ ପାଇଁ ଲ୍ୟାବରେ ଦ୍ୱିତୀୟ ଚକ୍ଷୁ ଭଳି କାର୍ଯ୍ୟ କରିଥାଏ ଓ ସର୍ବୋତମ ଭୃଣ ଚୟନ କରିଥାଏ, ଯାହା ଆଇଭିଏଫ ଚିକିତ୍ସାରେ ସଫଳତା ହାରକୁ ଉନ୍ନତ କରିବାରେ ସାହାଯ୍ୟ କରିପାରିଥାଏ ।” ସେହିପରି ନୋଭା ଆଇଭିଏଫ ଫର୍ଟିଲିଟି, ଭୁବନେଶ୍ୱରର ଫର୍ଟିଲିଟି ସ୍ପେଶାଲିଷ୍ଟ, ଡକ୍ଟର ଗାୟତ୍ରୀ ଶତପଥୀ କହିଛନ୍ତି, “ଏକ ବଡ ସମସ୍ୟା ହେଉଛି ଦମ୍ପତିମାନେ ଫର୍ଟିଲିଟି ସ୍ପେଶାଲିଷ୍ଟ ପରାମର୍ଶ ନେବାରେ ବହୁ ବିଳମ୍ବ କରିଥାନ୍ତି ।

ବୟସ ମଧ୍ୟ ଫର୍ଟିଲିଟି ଚିକିତ୍ସା ସଫଳତାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । କାରଣ ଦମ୍ପତିଙ୍କ ବୟସ ଅଧିକ ଥିଲେ ସେମାନେ ଅଧିକ ଆଇଭିଏଫ ଚକ୍ରର ଆବଶ୍ୟକ କରିପାରନ୍ତି । ପୁରୁଷ ବନ୍ଧ୍ୟାପଣ ମଧ୍ୟ ବହୁମାତ୍ରାରେ ବୃଦ୍ଧି ପାଉଛି, ଯାହାକି ଫର୍ଟିଲିଟି କ୍ଷେତ୍ରରେ ୪୦% ପୁରୁଷମାନେ ସନ୍ତାନହୀନତାର ଶୀକାର ହେଉଛନ୍ତି । ଆମେ ମଧ୍ୟ  ୩୦% ଅସ୍ପଷ୍ଟ ବନ୍ଧ୍ୟାତ୍ୱ ମାମଲା ଦେଖିଛୁ ଯେଉଁଠାରେ ବନ୍ଧ୍ୟାପଣ ପାଇଁ ଚାପ ମଧ୍ୟ ଏକ କାରଣ ହୋଇଥାଇପାରେ ।

ଅନ୍ୟ ଏକ କାରଣ ହେଉଛି ଥାଲାସେମିଆ, କ୍ୟାନ୍‌ସର ଓ ମେଟାବୋଲିକ ରୋଗ ଭଳି ଜେନେଟିକ ସ୍ଥିତିଗୁଡିକ ପାଇଁ ସ୍କ୍ରିନିଙ୍ଗ ଯାହା ଓଡିଶାରେ ବହୁମାତ୍ରାରେ ପ୍ରଚଳିତ ରହିଛି । ଆସିଷ୍ଟେଡ ରିପ୍ରଡକ୍ଟିଭ ଟେକ୍ନୋଲୋଜିଗୁଡିକ ସହିତ ଏଭଳି ରୋଗଗୁଡିକୁ ସ୍କ୍ରିନ କରାଯାଇପାରିବ ଏବଂ ପରବର୍ତୀ ପିଢି ପାଇଁ ଅଧିକ ସଂକ୍ରମଣକୁ ରୋକାଯାଇପାରିବ । ନୋଭା ଆଇଭିଏଫ ଫର୍ଟିଲିଟିର ମୁଖ୍ୟ  ପରିଚାଳନା ଅଧିକାରୀ ଶ୍ରୀଯୁକ୍ତ ବିଶ୍ୱନାଥ ଗାଙ୍ଗୁଲି କହିଛନ୍ତି,

“ଭୁବନେଶ୍ୱରକୁ ଆମର ସମ୍ପ୍ରସାରଣ  ଭାରତରେ ଗୁଣାତ୍ମକ ଫର୍ଟିଲିଟି ଚିକିତ୍ସାକୁ ପହଂଚଯୋଗ୍ୟ କରିବା ଉପରେ ଆମର ନିରନ୍ତର ମହତ୍ୱକୁ ପ୍ରତିଫଳିତ କରୁଛି । ଆମର ୬୮ରୁ ଅଧିକ ସହରରେ ୧୨୦ରୁ ଅଧିକ କେନ୍ଦ୍ର ରହିଛି ଏବଂ ଆମେ ବର୍ତମାନ ସୁଦ୍ଧା ୧ ଲକ୍ଷରୁ ଅଧିକ ଆଇଭିଏଫ ସାଇକେଲ ସମ୍ପୂର୍ଣ୍ଣ କରିଛୁ । ନୋଭାରେ ଏହାର ଆଇଭିଏଫ ଲ୍ୟାବ ପ୍ରତ୍ୟେକ ଚିକିତ୍ସାର କେନ୍ଦ୍ରବିନ୍ଦୁ ଅଟେ ଏବଂ ଆମର ସମସ୍ତ କେନ୍ଦ୍ରଗୁଡିକରେ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ସ୍ଥାୟୀ ଫଳାଫଳ ନିଶ୍ଚିତ କରିବା ପାଇଁ ଦକ୍ଷ ଚିକିତ୍ସକ ଓ ଏମ୍ବ୍ରୋଲୋଜିଷ୍ଟଙ୍କ ଦ୍ୱାରା ସମର୍ଥିତ ଆନ୍ତର୍ଜାତୀୟ ମାନଦଣ୍ଡଗୁଡିକୁ ଅନୁସରଣ କରିଥାଉ ।

ଓଡିଶାରେ ଆମର ଉପସ୍ଥିତି ସହିତ ଆମେ ନିଜର ଫର୍ଟିଲିଟି ଯାତ୍ରାରେ ସହଯୋଗ ଆବଶ୍ୟକ କରୁଥିବା ପ୍ରତ୍ୟେକ ଦମ୍ପତିଙ୍କୁ ନୈତିକ, ସ୍ୱଚ୍ଛ ଓ ମାନକ ଚିକିତ୍ସା ପ୍ରଦାନ କରିବା ପ୍ରତି ପ୍ରତିବଦ୍ଧ ରହିଛୁ ।” ଭୁବନେଶ୍ୱର  ସେଂଟରର ଶୁଭାରମ୍ଭରେ ଫର୍ଟିଲିଟି ବିଶେଷଜ୍ଞମାନେ ବର୍ତମାନ ପ୍ରଚଳିତ ଆଂଚଳିକ ଟ୍ରେଣ୍ଡଗୁଡିକ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏଠାକାର ଖାଦ୍ୟ କାର୍ବୋହାଇଡ୍ରେଟ ସମୃଦ୍ଧ ଅଟେ କାରଣ ଅଧିକାଂଶ ଲୋକ ବହୁମାତ୍ରାରେ ଭାତ ଖାଇଥାନ୍ତି, କିନ୍ତୁ ବ୍ୟାୟାମ କମ୍ କରିଥାନ୍ତି ।

ଏହା ପୁରୁଷ ଓ ମହିଳାଙ୍କଠାରେ ମେଦ ବହୁଳତା  ଭଳି ସମସ୍ୟାର କାରଣ ହୋଇଥାଏ, ଯାହା ପ୍ରଜନନ ସ୍ୱାସ୍ଥ୍ୟକୁ ମଧ୍ୟ ପ୍ରଭାବିତ କରିଥାଏ । ଭୁବନେଶ୍ୱରରେ ନୋଭା ଆଇଭିଏଫ ଫର୍ଟିଲିଟି ଷ୍ଟେଟ-ଅଫ୍‌-ଦ-ଆର୍ଟ ଲାବ୍ରୋଟେରୀ ଇନ୍‌ଫ୍ରାଷ୍ଟ୍ରକ୍‌ଚର, ଏଆଇ ଏମ୍ବ୍ରୋ ସିଲେକ୍ସନ, ଇଲେକ୍‌ଟ୍ରୋନିକ ୱିଟନେସିଙ୍ଗ ସିଷ୍ଟମ ଓ ଆନ୍ତର୍ଜାତୀୟ ପ୍ରୋଟୋକଲଗୁଡିକର ଅନୁପାଳନ ସହିତ ଏକ ସୁବ୍ୟବସ୍ଥିତ କେନ୍ଦ୍ରରେ ବିସ୍ତୃତ ଫର୍ଟିଲିଟି ଚିକିତ୍ସା ପ୍ରଦାନ କରିଥାଏ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପୁରୀ ଆନ୍ତର୍ଜାତୀୟ ବିମାନ ବନ୍ଦର କୁ ବିରୋଧ : ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର

ପୁରୀ ଆନ୍ତର୍ଜାତୀୟ ବିମାନ ବନ୍ଦର କୁ ବିରୋଧ : ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର

April 30, 2026
ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା ୧୮ କୁଇଣ୍ଟାଲ ଭାଙ୍ଗ ସହ ପିକଅପ୍ ଜବତ, ଜଣେ ଗିରଫ

ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା ୧୮ କୁଇଣ୍ଟାଲ ଭାଙ୍ଗ ସହ ପିକଅପ୍ ଜବତ, ଜଣେ ଗିରଫ

April 30, 2026
ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ମହିଳା ସମାବେଶ

ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ମହିଳା ସମାବେଶ

April 30, 2026
ବାରଖମାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନେଇ ପଞ୍ଚାୟତ ବାସୀଙ୍କ ବିରୋଧ

ବାରଖମାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନେଇ ପଞ୍ଚାୟତ ବାସୀଙ୍କ ବିରୋଧ

April 30, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପୁରୀ ଆନ୍ତର୍ଜାତୀୟ ବିମାନ ବନ୍ଦର କୁ ବିରୋଧ : ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର

ପୁରୀ ଆନ୍ତର୍ଜାତୀୟ ବିମାନ ବନ୍ଦର କୁ ବିରୋଧ : ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର

April 30, 2026
ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା ୧୮ କୁଇଣ୍ଟାଲ ଭାଙ୍ଗ ସହ ପିକଅପ୍ ଜବତ, ଜଣେ ଗିରଫ

ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା ୧୮ କୁଇଣ୍ଟାଲ ଭାଙ୍ଗ ସହ ପିକଅପ୍ ଜବତ, ଜଣେ ଗିରଫ

April 30, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version