No Result
View All Result
ତୁରେକେଲା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ପ୍ରତି ବର୍ଷ ଭଳି ତୁରେକେଲା ବ୍ଲକ୍ ହିଆଳ ହଷ୍ଟେଲ ରେ ପରେନ୍ଟ ଏଜ୍ ପେରେଣ୍ଟ ବାର୍ଷିକ ଉତ୍ସବ ରେ ଭଗବାନ ବିର୍ସା ମୁଣ୍ଡା ଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳିତ ହୋଇ ଯାଇଛି । ଅଭିଭାବକ ସମେତ ଛାତ୍ର ଛାତ୍ରୀ ମିଶି ଏହି ମହାନ ନାୟକ ଙ୍କ ଜନ୍ମ ଦିବସକୁ ଧୁମ୍ ଧାମ ରେ ପାଳନ କରିବା ସହ ନାଚ ଗୀତ ରଙ୍ଗା ରଙ୍ଗ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି । ଛାତ୍ର ଛାତ୍ରୀ ମାନେ ନାଚ ଗୀତ ବ୍ୟତୀତ ଭଗବାନ ବିର୍ସାମୁଣ୍ଡା ଙ୍କ ଜୀବନ ଓ ଆଦିବାସୀ ଦଳିତ ମାନଙ୍କ ଜଙ୍ଗଲ ଜମି ଅଧିକାର ବିଷୟରେ ବକ୍ତୃତା ପ୍ରଦାନ କରିଥିଲେ ।

ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ସାମ୍ବାଦିକ ତଥା ଓଡିଶା ପତ୍ରକାର ସଙ୍ଘ ର ବଲାଙ୍ଗୀର ଜିଲ୍ଲା ସଭାପତି ଶ୍ରୀ ତୁଳସୀ ରାମ୍ ଜଗତ ଯୋଗ ଦେଇ କାର୍ଯ୍ୟ କ୍ରମରେ ଉଦବୋଧନ ଦେଇଥିଲେ । ସେହି ଭଳି ମୁଖ୍ୟ ବକ୍ତା ଭାବରେ ଦିଶା ଇଂଲିଶ ମେଡିୟମ ର ଅଧ୍ୟକ୍ଷ ସୁଶାନ୍ତ କୁ ସେଠ୍ , ସମ୍ମାନିତ ଅତିଥି ଭାବରେ ସମାଜ ସେବୀ ପ୍ରହଲ୍ଲାଦ ଵାଗ,ଆଦିବାସୀ ନେତା ନରୋତ୍ତମ ମାଝୀ ସହ ତୁରେକେଲା ବ୍ଲକ୍ ସମ୍ପ୍ରସାରଣ ଅଧିକାରୀ ଉଦ୍ୟୋତ କୁମାର ସଭା ରେ ସଭାପତିତ୍ବ କରିଥିବା ବେଳେ ସହକାରୀ ଅଧ୍ୟକ୍ଷ ଶ୍ରୀ ରମେଶ ଚନ୍ଦ୍ର ମାଝି ସମ୍ପାଦନା କାର୍ଯ୍ୟ ତୁଲାଇ ଥିଲେ ।

ଚଳିତ ସରଗି ଫୁଲ ପ୍ରତି ଯୋଗୀତା ରେ ଭାଗନେଇ କୃତିତ୍ୱ ହାସଲ କରୁଥିବା ଚାତ୍ର ଛାତ୍ରୀଙ୍କୁ ମଞ୍ଚ ରେ ମାନପତ୍ର ଓ ସ୍ମୃତି ଚିହ୍ନ ଦେଇ ଅତିଥିଙ୍କ ହାତରେ ସମ୍ମାନିତ କରିବା ସହ ତାଙ୍କୁ ଉତ୍ସାହିତ କରାଯାଇଥିଲା । ଏହି ଅବସରରେ ଅନ୍ୱେଷା ହଷ୍ଟେଲ କର୍ମଚାରୀ , କସ୍ତୁରୀ ଛତ୍ରିଆ, ସୁବର୍ଣ୍ଣ ଭୁଏ, ରକାନ୍ତି ଭୋଇ, ରିଙ୍କି ଭୋଇ, ପଦ୍ମିନୀ ଭୋଇ, ରମାଇ ସେଠ୍, ରାଧାନାଥ ନାଗ ଡମ୍ବରୁଧର ମହାଲିଂ, ଶରତ ବାଗ,

ଜ୍ୟୋତିରଂଜନ ପଟେଲ, ଆକାଶ ଧରୁଆ, ବିପିନ ପଟେଲ, ମିଥୁନ ପ୍ରଧାନୀ, ସରସ୍ଵତୀ ଭୋଇ, ପ୍ରତିମାନନ୍ଦ, ପ୍ରକସିନି ଭୋଇ, ମାଳତୀ ରଣା, ସଂଯୁକ୍ତା ବରିହା, ଯଶୋଦା ରାଉତ, କ୍ଷିରସିନ୍ଧୁ ଲିଟି, ଜନ୍ମିତା ନାଗ, ଦୀପକ ତାଣ୍ଡି, ହୃଦୟ ବାରିକ, ପବନ ପଟେଲ ପ୍ରମୁଖ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହ କାର୍ଯ୍ୟ ସମ୍ପାଦନ କରିଥିଲେ। ସୁରେଶ୍ ଚନ୍ଦ୍ର ବେହେରା ମଞ୍ଚ ସଞ୍ଚାଳନ କରିଥିଲେ ।

No Result
View All Result