ବଲାଙ୍ଗୀର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବେଲପଡ଼ା, ବଲାଙ୍ଗୀର ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ବଲାଙ୍ଗୀର ରେ ଆୟୋଜିତ ହୋଇଥିଲା । ଏଥିରେ ତୁରେକେଲା ବ୍ଲକ ଅନ୍ତର୍ଗତ ଝରଣୀ ଗାଁରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ କୃତି ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗୀତାରେ ଅନୁଷ୍ଠିତ ହୋଇଥିବା ବେଲେ ଚିତ୍ରାଙ୍କନ ପ୍ରତିଯୋଗିତାରେ ଝରଣୀ ଓଏଭିର ନବମ ଶ୍ରେଣୀ ଛାତ୍ରୀ ସୃତି ଶ୍ରାଂବଶୀ ହୋତା ପ୍ରଥମ ସ୍ଥାନରେ ରହିଛନ୍ତି । ସେହିପରି ସଙ୍ଗୀତ ପ୍ରତିଯୋଗିତାରେ ସପ୍ତମ ଶ୍ରେଣୀ ଛାତ୍ର ଷ୍ଟିଭ୍ ଆଇଜାକ୍ ଡାନିଏଲ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲାରେ ନାଁ ରଖିଛନ୍ତି । ତେବେ ଜିଲ୍ଲା ସ୍ତରରୁ ପ୍ରଥମ ସ୍ଥାନ ଅଧିକାର କଲା ପରେ ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବ ପାଇଁ ମଧ୍ୟ ଏହି ଦୁଇ ଜଣ ଛାତ୍ରଛାତ୍ରୀ ମନୋନିତ ହୋଇଥିବା ଅଂଚଳ ପାଇଁ ଗର୍ବର ବିଷୟ ପାଳଟିଛି ।














