
ଓଡିଶା ତାଜା ନ୍ୟୁଜ୍ (୧୬ ସେପ୍ଟେମ୍ବର ବୁଧବାର) ଢେଙ୍କାନାଳ : ଆଜି ଆଉ ନୂଆ ୬୩ ପଜିଟିଭ୍ ଚିହ୍ନଟ ପରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୭୫୦ ରେ ପହଞ୍ଚିଛି । ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ପୌରାଞ୍ଚଳର ୨୨ ଜଣଙ୍କ ମଧ୍ୟରୁ ବନମାଳୀ ପ୍ରସାଦରୁ ୪, ଦୂର୍ଗା ବଜାର, ରିଜର୍ଭ ପୋଲିସ ଲାଇନ୍ ଓ ଟାଉନ୍ ଥାନାରୁ ୨ ଜଣ ଲେଖାଏଁ ଏବଂ କୋରିଆଁ,ଜୁବୁଲି ଟାଉନ,ସିନର୍ଜୀ,ଦେଉଳସାହୀ, ଲକ୍ଷ୍ମୀବଜାର,କାଞ୍ଚନ ବଜାର,କୁଞ୍ଜକାନ୍ତ,ଗୁଡିଆନାଳୀ,କେଶରିଆ ରୁ ଜଣେ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଓଡ଼ାପଡ଼ା ବ୍ଲକର ନାଧେରାରୁ ୩, ଏକ ଘରିଆରୁ ୨ ଏବଂ ଖଡକପ୍ରସାଦ,ମାଳିବିଦୁ, ବୃନ୍ଦାବନ ପୁର ଓ କଳାଙ୍ଗରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ସଦର ବ୍ଲକର ମହୁଲପଡା, ଗୋବିନ୍ଦପୁର,ବୋରାପଦା,ଗୋହିରିଆଖାଲ, ଇଚ୍ଛାପୁର,ନମିଚିରା ଓ କାଇମାଟିରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।
କାମାକ୍ଷାନଗର ଏନ୍ ଏ ସି ଓ ଭୁବନ ଏନ୍ ଏ ସି ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ଭୁବନ ବ୍ଲକର ଚଣ୍ଡିପାଳରୁ ୩, ରାୟ ନୃସିଂହପୁର ୨, ବାରୁଆଁ,ଭୁଷଳ ଓ ଜମୁନାକୋଟରୁ ଜଣେ ଲେଖାଏଁ, ଗନ୍ଦିଆ ବ୍ଲକର ନୂଆ ମାର୍ଥାପୁର,ବରପଦା ଓ ଲାଉଲେଇରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ପରଜଙ୍ଗ ବ୍ଲକର ସରାଙ୍ଗ ଓ କୁଆଳୋରୁ ଜଣେ ଲେଖାଏଁ ଏବଂ ହିନ୍ଦୋଳ ବ୍ଲକ ସୁରୁଟାରୁ ଜଣେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୦ ଜଣ ହୋମ୍ କ୍ଵାରେଣ୍ଟାଇନରୁ,୧୫ ଜଣ ସ୍ଥାନୀୟ ଆଣ୍ଟିଜେନ୍ ଟେଷ୍ଟ୍ ଦ୍ଵାରା ଚିହ୍ନଟ ହୋଇଥିବାବେଳେ ୮ ଜଣ ହସ୍ପିଟାଲରେ ଚିହ୍ନଟ ହୋଇଛନ୍ତି ।
ଜିଲ୍ଲାରେ ଆଜି ଆଉ ୩୪ ଜଣ ଆକ୍ରାନ୍ତ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜିସୁଦ୍ଧା ଜିଲ୍ଲାରେ ସମୁଦାୟ ୨୭୫୦ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ୨୨୨୦ ଜଣ ସୁସ୍ଥ ହୋଇଥିବାବେଳେ ୫୨୮ ଜଣ ଚିକିତ୍ସାଧୀନ ଅଛନ୍ତି ଏବଂ ଦୁଇ ଜଣ ମୃତ୍ୟୁବରଣ କରିଛନ୍ତିି । (ରିପୋର୍ଟ /ଅମର ରଞ୍ଜନ ଦାସ)















