No Result
View All Result
ବୋଲଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ହିନ୍ଦୁ ଶାସ୍ତ୍ର ଅନୁଯାୟୀ କାର୍ତ୍ତିକ ମାସ ଧର୍ମମାସ ହୋଇ ଥିବାରୁ ଓଡ଼ିଶାବାସୀ ଏହି ମାସଟିକୁ ନିଷ୍ଠାର ସହ ପାଳନ କରିଥାନ୍ତି l ବିଶେଷ କରି ମହିଳାମାନେ ମାସ ସାରା ହବିଷ କରି କାର୍ତ୍ତିକ ବ୍ରତ ରଖନ୍ତି l ପୁଣ୍ୟମାସ କାର୍ତ୍ତିକରେ କ୍ଷୀର ସାଗରରେ ଅନନ୍ତଶାୟୀ ଭଗବାନ ବିଷ୍ଣୁଙ୍କୁ ଧ୍ୟାନ କରି ସ୍ତୁତି ଗାନ କରାଯାଏ l ବୋଲଗଡ଼ ବ୍ଲକ ଅନ୍ତର୍ଗତ ମାଣିକlଗୋଡ଼lର ଗୋବିନ୍ଦ ଜୀଉ ମଠରେ ବଡଓଷା ଉତ୍ସବ ଅନୁଷ୍ଠିତ ହୋଇଛି, ଏଥିନିମନ୍ତେ ଶ୍ରଦ୍ଧାଳୁ ପୁଣ୍ୟତୋୟା ଭକ୍ତମାନେ ସକାଳବେଳl ମଠ ପରସରରେ ନାମ ସଙ୍କୀର୍ତ୍ତନ କରିଥିଲେ l
ସନ୍ଧ୍ୟା ସମୟରେ ଭଜନ ସମାରୋହ ଆୟୋଜିତ ହୋଇଥିଲା l ଦିବ୍ୟ ଜୀବନ ସଙ୍ଘ ସମ୍ପାଦକ ଫକୀର ମୋହନ ସୁବୁଦ୍ଧି, କୋଷାଧ୍ୟକ୍ଷ କୁବେର ସାହୁ, ଶ୍ରୀରାମ ଚରିତ ମାନସ ପରିଚାଳନା କମିଟି ସମ୍ପାଦକ ଶିକ୍ଷାବିତ୍ ଇଂ.କର୍ପୁର ସାହୁ ମଞ୍ଚ କାର୍ଯ୍ୟ ସଞ୍ଚାଳନ କରିଥଲେ l ଭଜନ ଗାୟକ ଅବIସୀ ରାଉତ, ଉମେଶ ଚନ୍ଦ୍ର କର,ଅଜୟ କୁମାର ବେହେରା,ଦେବବ୍ରତ ସାହୁ, ନନ୍ଦ କିଶୋର ସାହୁ, ନୀଳମାଧବ ପୃଷ୍ଟି,ପ୍ରତାପ କୁମାର ପଟ୍ଟନାୟକ , ଅଭିମନ୍ୟୁ ମହାପାତ୍ର ଓ କୁନି କଳାକାର ଆଦ୍ୟାନଂଶୁ ବେହେରା ଭଜନ ପରିବେଷଣ କରିଥଲେ l
ତବଲା ବାଦକ ବିଭୁତି ଭୁଷଣ ମହାପାତ୍ର, ସୁଦର୍ଶନ ସେନାପତି ସଙ୍ଗୀତ ଗାନରେ ସହଯୋଗ କରିଥିଲେ l ଦିବ୍ୟ ଜୀବନ ସଙ୍ଘର ସଦସ୍ୟ ଉପେନ୍ଦ୍ର କୁମାର ସୁବୁଦ୍ଧି, ଭିକାରୀ ପୃଷ୍ଟି,ଅକ୍ଷୟ କୁମାର ଦଳେଇ, ପ୍ରଫୁଲ୍ଲ କୁମାର ପ୍ରଧାନ, ଗୋଲଖ କୁମାର ପ୍ରଧାନ ପ୍ରମୁଖ ମଞ୍ଚ ସାଜସଜ୍ଜା ଆଲୋକ ତୋରଣ ଓ ପ୍ରସାଦ ସେବନ ବ୍ୟବସ୍ଥା କରିଥିଲେ l ଶତାଧିକ ଶ୍ରଦ୍ଧାଳୁ ଭଜନ ସମାରୋହରେ ଏକତ୍ରିତ ହୋଇ ପ୍ରଭୁ ଜଗନ୍ନାଥଙ୍କ ଭଜନ ଶ୍ରବଣ କରିଥିଲେ l ଗୋବିନ୍ଦ ଜୀଉ ମଠର ପୂଜକ ନାରାୟଣ ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ l

No Result
View All Result