ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଗଜପତି ଜିଲ୍ଲା ମୋହନା ବ୍ଲକ ଚନ୍ଦ୍ରଗିରି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ବଦଳିକୁ ନେଇ ବିରୋଧ କଲେ ଅଞ୍ଚଳବାସୀ ଓ ସ୍ଥାନୀୟ ପ୍ରତିନିଧି l ଜିଲ୍ଲାର ଦ୍ଵିତୀତ ବୃହତ୍ତମ ମେଡିକାଲ ହେଉଛି ଏହି ଡାକ୍ତରଖାନା l ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆର -ଉଦୟଗିରି ବ୍ଲକ ଓ ମୋହନା ବ୍ଲକର ହଜାର ହଜାର ଲୋକ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରିଥାନ୍ତି l

କିନ୍ତୁ ଦଶ ଦିନ ପୂର୍ବେ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରୁ ଦୁଇ ଜଣ ଅଭିଜ୍ଞ ଡାକ୍ତର ଡ଼. ଗିରିଜା ଶଙ୍କର ନାୟକ ଓ ଡ଼. ଶିବାନନ୍ଦ ବେହେରାଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସା କାର୍ଯ୍ୟାଳୟକୁ ବଦଳି କରାଯାଇଛି l ଯାହା ଫଳରେ ସ୍ୱାସ୍ଥ୍ୟ ସେବାରୁ ଅନେକ ଅସୁବିଧା ହେଉଅଛି l ତେଣୁ ସେହି ଦୁଇ ଅଭିଜ୍ଞ ଡାକ୍ତରଙ୍କୁ ପୁନଃ ଏଠାକୁ ସ୍ଥାନାନ୍ତରିତ କରାଯାଉ ବୋଲି ଅଂଚଳର ଶତାଧିକ ଲୋକ ଓ















