ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ସିଂହଦ୍ଵାର ଦ୍ବାର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ପ୍ରାୟ ୩ କିଲୋମିଟର ରାସ୍ତାକୁ ୨୦୦୧ ମସିହାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀଙ୍କ ଉଦ୍ୟମରେ ଜାତୀୟ ରାଜପଥ ଭାବେ ଘୋଷଣା କରାଯାଇଥିଲା । ସେତେବେଳେ ଏତେବଡ ବଡଦାଣ୍ଡକୁ ପିଚୁ କରିବା ପାଇଁ ପୌରସଂସ୍ଥାର ସମ୍ବଳ ନଥିଲା । ସେତେବେଳର କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଏହାକୁ ଉଦଘାଟନ କରିଥିଲେ । ସେହିଦିନ ଠାରୁ ଜାତୀୟ ରାଜପଥ ବଡଦାଣ୍ଡ ର ପିଚୁ ଓ ଉର୍ନ୍ନତିକରଣ କରିଆସୁଛି ।

ପୌରାଞ୍ଚଳ ଭିତରେ ଜାତୀୟ ରାଜପଥ ଯାଏନାହିଁ । ଯେଉଁଠାରେ ଜାତୀୟ ରାଜପଥ ପୌରାଞ୍ଚଳ ଦେଇ ଅନ୍ଯ ଅଞ୍ଚଳକୁ ଲମ୍ବି ଯାଇଥିବ ସେହିଠାରେ ଜାତୀୟ ରାଜପଥ ଘୋଷିତ ହୋଇଥାଏ । ପୁରୀରେ ସିଂହଦ୍ଵାର ଦେଇ ଏହି ରାଜପଥ ଅନ୍ଯ ଆଡେ ଯାଇନାହିଁ । କିଛିଦିନ ତଳେ ପୁରୀ କୋଣାର୍କ ରାସ୍ତାରେ ଜୈନିକ ବ୍ଯକ୍ତି ରାସ୍ତା ମଝିରେ ସନରୁଫ କାରରେ ଫଟୋ ଉଠାଇ ସାମାଜିକ ଗଣମାଧ୍ୟମରେ ପ୍ରଚାର କରିବା ପରେ ପରିବହନ ବପରିବହନ ବିଭାଗ ପକ୍ଷରୁ ଜୋରିମାନା କରାଯାଇଥିଲା । ସେହି ଜାତୀୟ ରାଜପଥ ବଡଦାଣ୍ଡରେ ବାଟରେ ହାଟ ବସୁଛି ।
ଗାତ ଖୋଳି ବାଉଁଶ ପୋତା ଯିବାରୁ ରାସ୍ତା ଅବରୋଧ ହେଉଛି । କେତେକ ସାଂସ୍କୃତିକ ଓ ଧାର୍ମିକ ଅନୁଷ୍ଠାନ ଜାତୀୟ ରାଜପଥ ଉପରେ ମଞ୍ଚ ନିର୍ମାଣ କରି କାର୍ଯ୍ୟକ୍ରମ ଅନୁଷ୍ଠିତ କରୁଛନ୍ତି । ଏହି ମଞ୍ଚରେ ଅନେକ ଶାସକ ,ପ୍ରଶାସକ ଓ ସରକାରୀ ଅଧିକାରୀ, ବୁଦ୍ଧିଜୀବୀ,ନେତା ଓ ମନ୍ତ୍ରୀ ଏହି ମଞ୍ଚ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି । ବଡଦାଣ୍ଡରେ ବାଉଁଶ ପୋତିବା ପାଇଁ ହଜାର ହଜାର ଗାତ ଖୋଳା ଯିବାରୁ ବଡଦାଣ୍ଡ ଦୁର୍ବଳ ହୋଇପଡୁଛି । କାର୍ତ୍ତିକ ପୂର୍ଣ୍ଣମୀ ପାଇଁ ହଜାର ହଜାର ବହ୍ଲା ବଡଦାଣ୍ଡରେ ଗାତ କରାଯାଇ ସିଂହଦ୍ଵାର ଠାରୁ ବଗଲା ଧର୍ମଶାଳା ପର୍ଯ୍ୟନ୍ତ ବ୍ଯାରିକେଡ କରାଯାଇଛି ।















