• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଓଡ଼ିଆ ମାଧ୍ୟମ ଛାତ୍ରଛାତ୍ରୀଙ୍କ ପାଇଁ “ଓକେସିଏଲ୍‌ ଅଲମ୍ପିଆଡ୍‌ ଆନ୍ଦୋଳନ” ଆରମ୍ଭ ଥିମ୍ : “ମନେରଖି ନୁହେଁ – ବୁଝି ଶିଖ, ଭାବି ଜିତ !”

Proprietor Abhimanyu Maharana by Proprietor Abhimanyu Maharana
November 4, 2025
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ଓଡ଼ିଆ ମାଧ୍ୟମ ଛାତ୍ରଛାତ୍ରୀଙ୍କ ପାଇଁ “ଓକେସିଏଲ୍‌ ଅଲମ୍ପିଆଡ୍‌ ଆନ୍ଦୋଳନ” ଆରମ୍ଭ ଥିମ୍ : “ମନେରଖି ନୁହେଁ – ବୁଝି ଶିଖ, ଭାବି ଜିତ !”
Share on FacebookShare on TwitterWhatsapp

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଓଡ଼ିଶା ଜ୍ଞାନ ନିଗମ (ଓକେସିଏଲ୍‌) ପକ୍ଷରୁ ଆଜି ରାଜ୍ୟସ୍ତରରେ “ଓକେସିଏଲ୍‌ ଅଲମ୍ପିଆଡ୍‌ ଆନ୍ଦୋଳନ” ର ଶୁଭାରମ୍ଭ ହୋଇଛି । ଏହି ଆନ୍ଦୋଳନର ମୁଖ୍ୟ ଲକ୍ଷ୍ୟ ହେଉଛି ଓଡ଼ିଆ ମାଧ୍ୟମ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ମନେରଖି ପଢ଼ିବା ଅଭ୍ୟାସକୁ କମେଇ, ବୁଝି ଓ ଭାବି ଶିଖିବା ଦୃଷ୍ଟିକୋଣକୁ ଗୁରୁତ୍ୱ ଦେବା । ଭୁବନେଶ୍ୱର ଜୟଦେବ ବିହାର ସ୍ଥିତ ଓକେସିଏଲ୍‌ ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓକେସିଏଲ୍‌ର ଜିଲ୍ଲା ସଂଯୋଜକମାନେ (DLC) ,

ଓକେସିଏଲ୍‌ର ବରିଷ୍ଠ ଅଧିକାରୀ ଓ  କର୍ମଚାରୀମାନେ ଯୋଗଦେବା ସହ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୮୦୦ରୁ ଅଧିକ ଅଧିକୃତ ଶିକ୍ଷା କେନ୍ଦ୍ର (ALCs) ଏବଂ  ଶତାଧିକ ସ୍କୁଲ ଛାତ୍ରଛାତ୍ରୀ ଅନଲାଇନ୍‌ ମାଧ୍ୟମରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ଓକେସିଏଲ୍‌ର ପରିଚାଳନା ନିର୍ଦେଶକ ଡ଼ଃ. ମନୋରଞ୍ଜନ ପୁଥାଳଙ୍କ କରକମଳରେ  ହୋଇଥିଲା । ସଭାରେ ପ୍ରଖ୍ୟାତ ଗଣିତଜ୍ଞ ଡ଼ଃ. ହାଡିବନ୍ଧୁ ପଟ୍ଟନାୟକ ବିଶେଷ ଅତିଥି ଭାବେ ଉପସ୍ଥିତ ହୋଇ ଏହି ଉଦ୍ୟମକୁ ପ୍ରଶଂସା କରିବାସହ ଅତ୍ୟନ୍ତ ସ୍ୱାଗତଯୋଗ୍ୟ  ବୋଲି କହିଥିଲେ ।

ଡ଼ଃ. ମନୋରଞ୍ଜନ ପୁଥାଳ ନିଜ ଅଭିଭାଷଣରେ କହିଲେ, “ଓକେସିଏଲ୍‌ ଅଲମ୍ପିଆଡ୍‌ ଆନ୍ଦୋଳନ ଓଡ଼ିଶାର ସମସ୍ତ  ସରକାରୀ, ବେସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ  ଓଡ଼ିଆ ମାଧ୍ୟମ ସ୍କୁଲଗୁଡ଼ିକରେ ଶିକ୍ଷଣୀୟ  ଧାରାକୁ ପରିବର୍ତ୍ତନ କରିବା ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ । ଆମ ଲକ୍ଷ୍ୟ ହେଉଛି ଓଡ଼ିଶାର ଛାତ୍ରଛାତ୍ରୀମାନେ କେବଳ ମନେରଖି ପଢ଼ିବାରେ ସୀମିତ ନ ରହନ୍ତୁ, ବରଂ ବୁଝି ଶିଖନ୍ତୁ, ଚିନ୍ତା କରନ୍ତୁ ଓ ସୃଜନାତ୍ମକ ଭାବେ ନିଜ ଚିନ୍ତାକୁ ଅଭିବ୍ୟକ୍ତ କରନ୍ତୁ ।

ଏହି ବର୍ଷ ରାଜ୍ୟର ୨୫,୦୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଏହି ଆନ୍ଦୋଳନ ସହିତ ଯୋଡି ଏହି ଆନ୍ଦୋଳନକୁ ଭବିଷ୍ୟତରେ ସାରା ରାଜ୍ୟର ଛାତ୍ରଛାତ୍ରୀମାନଙ୍କ ନିକଟରେ ପଂହଁଚାଇବା ହେଉଛି ଓକେସିଏଲ୍‌ର ଲକ୍ଷ୍ୟ ।” ସେ ଆହୁରି କହିଲେ, “ଓକେସିଏଲ୍‌ର ଇ-ସ୍କୁଲ କଣ୍ଟେଣ୍ଟ ରାଜ୍ୟର ଛାତ୍ରଛାତ୍ରୀମାନଙ୍କ ଶିକ୍ଷଣୀୟ ଅଭାବକୁ  ଭରିବା ସହିତ ୨୧ତମ ଶତାବ୍ଦୀର ଆବଶ୍ୟକ ଦକ୍ଷତା – ସଠିକ୍‌ ଭାବନା ଓ ବିଶ୍ଲେଷଣ କ୍ଷମତା, ସମସ୍ୟା ସମାଧାନ କ୍ଷମତା, ସମୂହେ କାମ କରିବାର ଦକ୍ଷତା ଓ ଡିଜିଟାଲ ଜ୍ଞାନ ଏବଂ ଏହାର  ପ୍ରୟୋଗ କ୍ଷମତା – ବିକାଶ କରିବ।”

ପ୍ରଖ୍ୟାତ ଗଣିତଜ୍ଞ ଡ଼ଃ. ହାଡିବନ୍ଧୁ ପଟ୍ଟନାୟକ ନିଜ ଅଭିଭାଷଣରେ କହିଲେ, “ଓକେସିଏଲ୍‌ ଅଲମ୍ପିଆଡ୍‌ ଆନ୍ଦୋଳନ କେବଳ ଏକ ପରୀକ୍ଷା ନୁହେଁ, ଏହା ଛାତ୍ରଛାତ୍ରୀମାନଙ୍କ ଶିଖିବା ଯାତ୍ରା । ଏହା ଛାତ୍ରମାନଙ୍କୁ ପ୍ରଶ୍ନ କରିବା, ଭାବିବା ଓ ବୁଝି ଶିଖିବାରେ ଉତ୍ସାହିତ କରିବ । ଏପରି ପ୍ଲାଟଫର୍ମ ଛାତ୍ରଛାତ୍ରୀମାନଙ୍କ ଆତ୍ମବିଶ୍ୱାସ ବଢ଼ାଇ ସେମାନଙ୍କୁ ଜୀବନଭରି ଶିଖିବାରେ ପ୍ରେରିତ କରିବ ।”

ଓକେସିଏଲ୍‌ ଅଲମ୍ପିଆଡ୍‌ ଆନ୍ଦୋଳନ ହେଉଛି ଏକ ରାଜ୍ୟସ୍ତରୀୟ ଅନଲାଇନ୍‌ ପ୍ରତିଯୋଗିତା, ଯେଉଁଥିରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ‌ (BSE) ଅଧୀନସ୍ଥ ସମସ୍ତ ଓଡ଼ିଆ ମାଧ୍ୟମ ସ୍କୁଲର ୪ରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିପାରିବେ । ଏହି ପରୀକ୍ଷାଟି ୧ ଘଣ୍ଟା ଅବଧିର ଅନଲାଇନ୍‌ ଟେଷ୍ଟ ଭାବେ ଆୟୋଜିତ ହୋଇଥାଏ, ଯେଉଁଠି ଛାତ୍ରମାନଙ୍କର ଗଣିତ ଓ ବିଜ୍ଞାନ ବିଷୟରେ ତାଙ୍କର ବୌଦ୍ଧିକ ଶକ୍ତି, ତର୍କସଙ୍ଗତ ଭାବନା ଓ ବିଶ୍ଲେଷଣ କ୍ଷମତାକୁ ମପାଯାଏ ।

ଏହି ପ୍ରତିଯୋଗିତାରେ ଯୋଗଦେଇଥିବା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ  ଓ ଅଲମ୍ପିଆଡ୍‌ ବ୍ୟାଚ  ପ୍ରଦାନ କରାଯିବ । ଜିଲ୍ଲା ଓ ରାଜ୍ୟ ସ୍ତରରେ ଶ୍ରେଷ୍ଠ ପ୍ରଦର୍ଶନକାରୀମାନଙ୍କୁ  ବିଶେଷ ନଗଦ ଅର୍ଥରାଶି ପୁରସ୍କାର ଭାବେ ପ୍ରଦାନ କରାଯିବ । ସମସ୍ତ ଅଂଶ ଗ୍ରହଣକାରୀ ପାଇଁ ନିଃଶୁଳ୍କ ଇ-କଣ୍ଟେଣ୍ଟ ଓ ଡିଜିଟାଲ ଶିକ୍ଷା  ସାମଗ୍ରୀ ଯୋଗାଇ ଦିଆଯିବ। ଏହି ମଞ୍ଚଟି ନବୋଦୟ ବିଦ୍ୟାଳୟ, ଆଦର୍ଶ ବିଦ୍ୟାଳୟ ଓ ବିଭିନ୍ନ ସ୍କୁଲ ପ୍ରବେଶିକା  ପରୀକ୍ଷା ସହିତ,

ଜାତୀୟ ପ୍ରତିଭା ଖୋଜ ପରୀକ୍ଷା (NTSE) ଓ ଜାତୀୟ ଏବଂ ଆନ୍ତର୍ଜାତୀୟ ଓଲିମ୍ପିଆଡ୍‌ ପରୀକ୍ଷା ପାଇଁ ଦୃଢ଼ ଭିତ୍ତିଭୂମି ସୃଷ୍ଟି କରିବ । ରାଜ୍ୟର ୮୦୦ରୁ ଅଧିକ ଓକେସିଏଲ୍‌ ଅନୁମୋଦିତ ଶିକ୍ଷା କେନ୍ଦ୍ର ଏହି ଆନ୍ଦୋଳନରେ ସାମିଲ ଅଛନ୍ତି । ଏହି ପ୍ରୟାସ ଗ୍ରାମ ଓ ସହର ମଧ୍ୟରେ ଶିକ୍ଷା ସ୍ତରରେ  ସମତା ଆଣିବା ସହିତ ଓଡ଼ିଆ ମାଧ୍ୟମ ଛାତ୍ରଛାତ୍ରୀମାନଙ୍କୁ ଡିଜିଟାଲ ଶିକ୍ଷା ଓ ପ୍ରତିଯୋଗିତା ମଞ୍ଚ ଯୋଗାଇ ଦେବାରେ ସମର୍ଥ ହେବ ।

ଓକେସିଏଲ୍‌ ପକ୍ଷରୁ ସମସ୍ତ ସ୍କୁଲ, ଶିକ୍ଷକ ଓ ଅଭିଭାବକଙ୍କୁ ଆହ୍ୱାନ କରାଯାଇଛି ଯେ ସେମାନେ ଛାତ୍ରଛାତ୍ରୀମାନଙ୍କୁ ଏହି ଆନ୍ଦୋଳନରେ ସାମିଲ କରାଇ  “ବୁଝି ଶିଖିବା ଓ ଭାବି ଜିତିବା” ଅନୁଭବ ପ୍ରଦାନ କରନ୍ତୁ । ଓଡ଼ିଶା ଜ୍ଞାନ ନିଗମ (ଓକେସିଏଲ୍‌) ହେଉଛି ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ,ଓଡିଶା ସରକାରଙ୍କ  ଅଧୀନସ୍ଥ  ଏକ ସ୍ୱୟଂଶାସିତ ସଂସ୍ଥା । ଓକେସିଏଲ୍‌ ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରାଜ୍ୟରେ ତଥ୍ୟ ଓ ପ୍ରଯୁକ୍ତି ଜ୍ଞାନ, ଇ-ଶିକ୍ଷା, ଇ-ଶାସନ ଓ ଦକ୍ଷତାମୂଳକ ଶିକ୍ଷା ମାଧ୍ୟମରେ ଯୁବଶକ୍ତିକୁ ଡିଜିଟାଲ ଦକ୍ଷତାରେ ସଶକ୍ତ କରିବା l

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଶିଶୁ କଲ୍ୟାଣ ପୋଲିସ ଓ କିଶୋରୀ ମାନଙ୍କ ସହିତ ଯୋଗାଯୋଗ ସମ୍ପର୍କିତ କାର୍ଯ୍ୟକ୍ରମ

ଶିଶୁ କଲ୍ୟାଣ ପୋଲିସ ଓ କିଶୋରୀ ମାନଙ୍କ ସହିତ ଯୋଗାଯୋଗ ସମ୍ପର୍କିତ କାର୍ଯ୍ୟକ୍ରମ

May 10, 2026
ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ କୁଭେଣ୍ଟିକା- ଶିଶୁ କଲ୍ୟାଣ ପୋଲିସ ଓ କିଶୋରୀ ମାନଙ୍କ ସହିତ ଯୋଗାଯୋଗ ସମ୍ପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ କୁଭେଣ୍ଟିକା- ଶିଶୁ କଲ୍ୟାଣ ପୋଲିସ ଓ କିଶୋରୀ ମାନଙ୍କ ସହିତ ଯୋଗାଯୋଗ ସମ୍ପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ

May 10, 2026
ନିଖିଳ ଉତ୍କଳ ବିଶ୍ଵକର୍ମା ସମିତି ପକ୍ଷରୁ ରଥ କାରିଗରଙ୍କୁ ସମ୍ମାନ

ନିଖିଳ ଉତ୍କଳ ବିଶ୍ଵକର୍ମା ସମିତି ପକ୍ଷରୁ ରଥ କାରିଗରଙ୍କୁ ସମ୍ମାନ

May 10, 2026
ମୃତ ରାକେଶକୁ ନ୍ୟାୟ ଦାବିରେ – ୫ ଘଣ୍ଟା ରାସ୍ତାରୋକ

ମୃତ ରାକେଶକୁ ନ୍ୟାୟ ଦାବିରେ – ୫ ଘଣ୍ଟା ରାସ୍ତାରୋକ

May 10, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଶିଶୁ କଲ୍ୟାଣ ପୋଲିସ ଓ କିଶୋରୀ ମାନଙ୍କ ସହିତ ଯୋଗାଯୋଗ ସମ୍ପର୍କିତ କାର୍ଯ୍ୟକ୍ରମ

ଶିଶୁ କଲ୍ୟାଣ ପୋଲିସ ଓ କିଶୋରୀ ମାନଙ୍କ ସହିତ ଯୋଗାଯୋଗ ସମ୍ପର୍କିତ କାର୍ଯ୍ୟକ୍ରମ

May 10, 2026
ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ କୁଭେଣ୍ଟିକା- ଶିଶୁ କଲ୍ୟାଣ ପୋଲିସ ଓ କିଶୋରୀ ମାନଙ୍କ ସହିତ ଯୋଗାଯୋଗ ସମ୍ପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ କୁଭେଣ୍ଟିକା- ଶିଶୁ କଲ୍ୟାଣ ପୋଲିସ ଓ କିଶୋରୀ ମାନଙ୍କ ସହିତ ଯୋଗାଯୋଗ ସମ୍ପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ

May 10, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version