No Result
View All Result
ବାଲିପାଟଣା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ପ୍ରଜ୍ଞାନ ମିଶନ ତରଫରୁ ଆଜି ପୂର୍ବାହ୍ନ ରେ ସ୍ଥାନୀୟ ବାଗଦେଵୀ ବିଦ୍ୟା ମନ୍ଦିର ପରିସରରେ ବ୍ଲକ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଛାତ୍ର ଛାତ୍ରୀ ମାନଙ୍କୁ ଗୀତା ପାଠର ତାତ୍ପର୍ଯ୍ୟ ଉପଲବ୍ଧି କରାଇବା ସହିତ ଗୀତା ଦ୍ଵାରା ମାନସିକ,ପାରିବାରିକ ତଥା ସାମାଜିକ ବ୍ୟବସ୍ଥା ର ପରିବର୍ତ୍ତନ ପାଇଁ ବାର୍ତ୍ତା ରହିଥିବା ସମ୍ପର୍କରେ ସୂଚନା ଦିଆଯାଇଥିଲା ।
ପ୍ରତିଯୋଗିତାରେ ଗ୍ରୁପ କ ରେ ଅର୍ପିତା ରଥ,ଆଦିତ୍ୟ ପାତ୍ର,ସୌରଭ ମଣ୍ଡଳ,ଗ୍ରୁପ ବି ରେ ଶୁଭସ୍ମିତା ପୃଷ୍ଟି,ଆୟୁଷ୍ମାନ ଷଡ଼ଙ୍ଗୀ, ଆଦ୍ୟାଶା ବାରିକ ଓ ଗ୍ରୁପ ସି ରେ ମାନସୀ ମୁଦୁଲି, ଆଦ୍ରିକା ପାତ୍ର ଓ ସୋନାଲି ସାହୁ ଯଥାକ୍ରମେ ପ୍ରଥମ,ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଆୟୋଜିତ ପୁରସ୍କାର ବଣ୍ଟନ କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ଶିଶିର କୁମାର ପାଢ଼ୀ, ଅର୍ଧେନ୍ଦୁ ଶେଖର ମହାପାତ୍ର,
ଗୀତା ସେବୀ ରାମ ନାରାୟଣ ଶତପଥୀ,ଅରୁଣ କୁମାର୍ ଶତପଥୀ,ଅଭିମନ୍ୟୁ ନାୟକ,ବିକାଶ କୁମାର ଓଝା ପ୍ରମୁଖ ଯୋଗ ଦେଇଥିଲେ । ଦିଲ୍ଲୀପ କୁମାର ଓଝା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପବିତ୍ରା ଦାସ, ଉର୍ମିଳା ସେନାପତି,ସବିତା ମୁଖି,ଛବିତା ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ । ବାଲିପାଟଣା ବ୍ଲକର ବହୁ ବିଦ୍ୟାଳୟର ଛାତ୍ର ଛାତ୍ରୀ ଏଥିରେ ଯୋଗ ଦେଇଥିଲେ ।

No Result
View All Result