କୋରାଇ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- କୋରାଇ ବ୍ଳକର ପାଣିକୋଇଲି ଥାନା ଅନ୍ତର୍ଗତ ଛୋଟରାୟପୁର ସ୍ଥିତ ଏକ୍ସଲସିୟର +୨ ବିଜ୍ଞାନ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ଛାତ୍ରର ମୃତ୍ୟୁ ହୋଇଛି । ଛାତ୍ରଙ୍କ ମୃତଦେହ ବିଦ୍ୟାଳୟର ପାଇଖାନା ଘରୁ ଜବତ ହୋଇଥିବା ବେଳେ ଛାତ୍ର ଜଣକ ହେଉଛନ୍ତି ଯାଜପୁରରୋଡ଼ ଥାନା କେନ୍ଦୁଢିପି ଗ୍ରାମର ବିଜୟ କୁମାର ପାଳଙ୍କ ପୁଅ ଆଶିଷ କୁମାର ପାଳ । ଏନେଇ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ହୋଇଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଚଳାଇଛି ।

ଘଟଣାସ୍ଥଳୁ ପ୍ରକାଯେ, ଆଶିଷ କଲେଜ ନିକଟସ୍ଥ ବୟଜ ହଷ୍ଟଲ ରୁମ ନମ୍ବର ୪୧୩ରେ ୫ଜଣ ହପାଠିଙ୍କ ସହ ରହୁଥିଲେ । ଗତକାଲି ରାତି ୯ଟାରେ ରାତ୍ରଭୋଜନ ସାରି ପାଠପର୍ବ ୧୨ଟା ବେଳେ ଆଶିଷ ବାଥ ରୁମ ଯାଇଥିଲା । ୪୫ମିନିଟ୍ ଧରି ବାଥରୁମରୁ ନବାହାରିବାରୁ ଅନ୍ୟପିଲା ବାଥ ରୁମ ଯିବାପାଇଁ ଯାଇ ଡାକିଲେହେଁ ଜବାବ ଦେଇନଥିଲା । ତା’ରୁମମେଟ ମାନେ ବାଧ୍ୟହୋଇ କେୟର ଟେକରଙ୍କୁ ଜଣାଇଥିଲେ ।

ସେ ଆସି କବାଟ ଭାଙ୍ଗିବା ଦେଖନ୍ତି ତ ଆଶିଷ ଏକ ଗାମୁଛାରେ ବାଥରୁମ୍ ଭିତରେ ଥିବା ଗିଜର ପାଇପରେ ଝୁଲି କରି ରହିଛି । ଖବର ପାଇ କେଲେଜ ଇନଚାର୍ଜ ଏସ.ପି ବେହେରା ସାଙ୍ଗେ ସାଙ୍ଗେ ତାକୁ ଉଦ୍ଧାର କରି ଯାଜପୁରରୋଡ଼ ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରିବାର ଲୋକଙ୍କୁ ଖବର ଦେବାପରେ ସେମାନେ ଡାକ୍ତରଖାନରେ ପହଁରିଥିଲେ ।















