ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ସାକ୍ଷୀ ଗୋପାଳ ମନ୍ଦିର ରେ ଆଜି ଅଁଳା ନବମୀ ପାଳିତ ହୋଇଥିଲା।ବର୍ଷକରେ ଗୋଟିଏ ଦିନ ଶ୍ରୀ ଗୋପୀନାଥ ଙ୍କ ସହ ରାଧାରାଣୀ ଙ୍କ ପାଦ ଦର୍ଶନ ର ସୁଯୋଗ ଥିବାରୁ ହଜାର ହଜାର ଶ୍ରଦ୍ଧାଳୁ ଏହାର ସୁବିଧା ନେଇଥିଲେ।ଯାତ୍ରା ଓ ଦର୍ଶନ କୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ଓ ପୋଲିସ ପ୍ରଶାସନ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଥିଲେ।ଏହି ଅବସରରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏକ ସୂଚନା କେନ୍ଦ୍ର ତଥା ହଜିବା ଖୋଜିବା କେନ୍ଦ୍ର ର ବ୍ୟବସ୍ଥା କରାଯାଇଥିଲା ।















