No Result
View All Result
ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଲୋକ ମହୋତ୍ସବ କମିଟି ଚୟନ ହୋଇଯାଇଛି । ସଭାପତି ଦାୟିତ୍ଵ ନିର୍ବାହ କରିବେ ବରିଷ୍ଠ ଆଇନଜୀବୀ ଅଶୋକ ଦାସ, ସାଧାରଣ ସମ୍ପାଦକ ଦାୟିତ୍ଵ ତୁଲାଇବେ ଚିନ୍ମୟ ଯୋଶୀ, ସେହିପରି କୋଷାଧ୍ଯକ୍ଷ ଦାୟିତ୍ଵରେ ରହିଛନ୍ତି ସମାଜସେବୀ ଅନିଲ ଅଗ୍ରୱାଲ । ପୁର୍ବତନ ସଭାପତି ଶ୍ରୀ କାନୁନ କିଶୋର ପଣ୍ଡାଙ୍କ ସଭାପତିତ୍ବରେ ସୋମବାର ଜି.ଆର. ପ୍ଲେସ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସଭାପତି ତଥା ବିଭିନ୍ନ ପଦପଦବୀ ଦାୟିତ୍ବ ପ୍ରଦାନ କରାଯାଇଛି, କିଭଳି ଶାନ୍ତି ପୂର୍ଣ୍ଣ ସହ କଣ୍ଟାବାଞ୍ଜି ଲୋକ ମହୋତ୍ସବ ହୋଇ ପାରିବ ସେ ବିଷୟରେ ବିଶେଷ ଗୁରୁତ୍ତପୂର୍ଣ ଆଲୋଚନା କରାଯାଇଥିଲା ।

ନୂଆପଡ଼ା ସ୍ଥିତ ବାଳକ ଉଚ୍ଚ ବିଦ୍ୟାଳୟର ଖେଳ ପଡ଼ିଆରେ ଆଯୋଜନ କରିବାକୁ ବହୁ ମାତ୍ରାରେ ପ୍ରସ୍ତାବ ଦିଆଯାଇଛି । ପୂର୍ବରୁ ଲୋକ ମହୋତ୍ସବ ରେଲୱେ ଖେଳ ପଡ଼ିଆ ଠାରେ ହୋଇ ଆସୁଥିଲା, ଚଳିତ ବର୍ଷ ଠାରୁ ଏହି ବାଳକ ଉଚ୍ଚ ବିଦ୍ୟାଳୟର ଖେଳ ପଡ଼ିଆରେ କରିବା ପାଇଁ ପ୍ରସ୍ତୁତି କରାଚାଲିଛି । ଯଦି ଶିକ୍ଷା ବିଭାଗ ପକ୍ଷରୁ ଅନୁମତି ଦିଆଯାଏ ତେବେ ଏହି ଖେଳ ପଡ଼ିଆରେ କରାଯିବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି । ସଦସ୍ୟତା ଚାନ୍ଦା ୨୧ ସହ ଟଙ୍କା ଲେଖାଏଁ କରିଥିବା ବେଳେ, ସମାଜସେବୀ ବିନୟ ବିଭାର ତାଙ୍କର ଜି.ଆର. ପ୍ଲେସ ୩ ଦିନ ପାଇଁ ଦେବେ ବୋଲି କହିଥିଲେ । ପ୍ରାୟ ସମସ୍ତ କ୍ଷେତ୍ରରୁ ସହାୟତା କରାଯିବ ବୋଲି ଉପସ୍ଥିତ ଲୋକ ମହୋତ୍ସବ କମିଟିକୁ ଉତ୍ସାହିତ କରିଥିଲେ । ଗଣ୍ଡା ସମାଜ ସଭାପତି ମଙ୍ଗଳ ଭବନ ୩ ଦିନ ପାଇଁ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ, ତେବେ ସମସ୍ତ କ୍ଷେତ୍ରରୁ ଲୋକ ମହୋତ୍ସବ କମିଟିକୁ ସହାୟତା କରିବା ନେଇ ନିଷ୍ପତ୍ତି କରାଯାଇଛି ।

ଆସନ୍ତା ଡ଼ିସେମ୍ବର ମାସ ୧୯ ତାରିଖ ସନ୍ଧ୍ୟା ଠାରୁ ଆରମ୍ଭ ହେବ ୨୧ ତାରିଖ ପର୍ଯ୍ୟନ୍ତ । ଆଦିବାସୀ ଲୋକ ନୃତ୍ୟ ଓ ଡ଼ାଲଖାଇ ଗଣ୍ଡା ବାଜାକୁ ପ୍ରାଥମିକତା ଦିଆଯିବ ବୋଲି, ଯେହେତୁ ମାଟିର କଲା ସସ୍କୃତି ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି, ଏହି କାର୍ଯ୍ୟକ୍ରମ ଜରିଆରେ ଯଦି ଏହି କଳାକାର ମାନଙ୍କୁ ଉତ୍ତମ ବ୍ୟବହାର ସହ ସମ୍ମାନିତ କରାଯାଏ ତେବେ ଆଗକୁ ବଞ୍ଚି ରହିବ ଅଞ୍ଚଳର କଲା ସଂସ୍କୃତି ତଥା ସମସ୍ତ ଆବାହକ ସଦସ୍ୟ ମାନେ ପ୍ରକାଶ କରିଛନ୍ତି ଯେ ଯଦି ଆମ ସହ କେହି ମିଶି କି କରିବା ପାଇଁ ଚାହୁଁଛନ୍ତି ତେବେ,

ସବୁବେଳେ ଆମେ ସ୍ଵାଗତ କରିବାକୁ ଅଛୁ ବୋଲି ପ୍ରକାଶ କରିଛନ୍ତି, ତଥା ଯିଏ ଚାହିଁବେ ସଦସ୍ୟତା ନେଇ ପାରିବେ ବୋଲି କିଶୋର ମଛଖଣ୍ଡ ଆହ୍ଵାନ କରିଛନ୍ତି । ସେପଟେ ଅମର ବାଗ କହିଛନ୍ତି ଯେ କେବଳ ଚାନ୍ଦା ଆଦାୟ କରି ଲୋକ ମହୋତ୍ସବ କରିବାର ଉଦ୍ଦେଶ୍ଯ ନାହିଁ, ସଦସ୍ୟତା ଚାନ୍ଦା ସଂଗ୍ରହ କରି କଣ୍ଟାବାଞ୍ଜି ଲୋକ ମହୋତ୍ସବକୁ ପାଳନ କରିବା ଆମର ଲକ୍ଷ୍ୟ, ଯେଉଁମାନେ କଣ୍ଟାବାଞ୍ଜି ଲୋକ ମହୋତ୍ସବକୁ ଆନ୍ତରିକତାରୁ ଭଲ ପାଇବା ଦେଇଛନ୍ତି ସେମାନେ ସହାୟତା କରିବା ପାଇଁ ଆଗେଇ ଆସିବେ ବୋଲି କହିଥିଲେ I

No Result
View All Result