ତୁରେକେଲା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ତୁରେକେଲା ବ୍ଲକ ଢ଼ୋଲ୍ ମାନଦଳ ପଂଚାୟତ ବରିଆଲି ଗାଁ ରେ ଗ୍ରାମୀଣ ଅଞ୍ଚଳର ଲୋକମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି କରିବା, ରୋଗ ପ୍ରତିରୋଧ ଏବଂ ଶୁଦ୍ଧ ଜୀବନ ଶୈଳୀ ଅନୁସରଣ ବିଷୟରେ ଜଣାଯାଇଥିଲା । ଶିବିରରେ ବିଭିନ୍ନ ବିଶେଷଜ୍ଞ ଡାକ୍ତରମାନେ ଦ୍ୱାରା ମୁଫ୍ତ ଚିକିତ୍ସା ସେବା, ଔଷଧ ବିତରଣ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟ ସଂପାଦନ କରାଯାଇଥିଲା । ଏହା ସହିତ ସ୍ତ୍ରୀ ଓ ଶିଶୁ ସ୍ୱାସ୍ଥ୍ୟ, ପୋଷଣ, ମାନସିକ ସ୍ୱାସ୍ଥ୍ୟ ଓ ସ୍ଫୁର୍ତିଶୀଳ ଜୀବନ ବିଷୟରେ ମହିଳା ଏବଂ ଯୁବସମାଜଙ୍କୁ ସଚେତନ କରାଯାଇଥିଲା ।

ସ୍ଥାନୀୟ ଆଶା, ଆଙ୍ଗନବାଡ଼ି କର୍ମୀ ଏବଂ ସରପଞ୍ଚ ମାନେ ମିଶି ଏହି ଶିବିରକୁ ସଫଳ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଅଇଥିଲେ । ଏହି ପ୍ରୟାସ ମାଧ୍ୟମରେ ଗ୍ରାମୀଣ ଅଞ୍ଚଳର ଲୋକମାନେ ସ୍ୱାସ୍ଥ୍ୟ ସେବାର ସୁବିଧା ପାଇ ଅତ୍ୟନ୍ତ ଲାଭାନ୍ବିତ ହୋଇଥିଲେ ଏବଂ ସମାଜରେ ସଚେତନତା ଓ ସ୍ୱାସ୍ଥ୍ୟ ସୁରକ୍ଷା ମନୋଭାବ ବିକାଶ ପାଇଛି । ଏହି ଶିବିରରେ ଗ୍ରାମବାସୀଙ୍କ ନିଶୁଳ୍କ ଚିକିତ୍ସା ପରୀକ୍ଷା, ଔଷଧ ବିତରଣ ଓ ସ୍ୱାସ୍ଥ୍ୟ ସଚେତନତା କାର୍ୟକ୍ରମ ହୋଇଥିଲା । ଏହି ଶିବିରକୁ ଡା. ମନସ ରଞ୍ଜନ ବେହେରା, ମେଡିକାଲ ଅଫିସର ଇନ୍ଚାର୍ଜ ଙ୍କ ନେତୃତ୍ୱରେ ଆୟୋଜିତ କରାଯାଇଥିଲା ।
PPHF ଦଳର ସଦସ୍ୟ ମାନେ — ନିହାର ରଞ୍ଜନ ବରାଳ (ଫାର୍ମାସିଷ୍ଟ), ଯୋଗେନ୍ଦ୍ରୀ ଟାଣ୍ଡି (ଷ୍ଟାଫ ନର୍ସ), ଲୋକେଶ ପଣ୍ଡା (ଲାବ ଟେକ୍ନିସିଆନ୍), ଅକୁରା ଥେଲା (ଡ୍ରାଇଭର) — ସମସ୍ତେ ମିଶି ଗ୍ରାମବାସୀଙ୍କୁ ଉତ୍ସାହିତ ସେବା ଯୋଗାଇଥିଲେ । P.H.C Badadakala ଦଳରୁ ଉପସ୍ଥିତ ଥିଲେ ପ୍ରତିତାପବାନ ମହାପାତ୍ର (ଏମ.ବି.ବି.ଏସ ଡାକ୍ତର), ଯଶୋଦା ସା (ମହିଳା ସ୍ୱାସ୍ଥ୍ୟ କର୍ମୀ), ତୁଳାରାମ ଭୋଇ (ଲାବ ଟେକ୍ନିସିଆନ୍), ସୁନିଲ କୁମାର ସିଂହ (ସୁପରଭାଇଜର) ।
ସ୍ଥାନୀୟ ତହସିଲ ଓ ଗ୍ରାମ ପ୍ରଶାସନ ପକ୍ଷରୁ ସରପଞ୍ଚ ଗୋଲାପୀ ମେହେର, ୱାର୍ଡ ମେମ୍ବର ଛାଇତୁ ଧରୁଆ ଓ ଗୁପ୍ତି ମାଝି, ସହିତ EFICOR ସଂସ୍ଥାର ବଞ୍ଚନ୍ଦି ପାତ୍ର (BC) ଓ ନବୀନ୍ଦ୍ର ମେହେର (CO-ORDINATOR) ମଧ୍ୟ ଉପସ୍ଥିତ ହୋଇ ସମ୍ପୂର୍ଣ୍ଣ ଶିବିରକୁ ସହଯୋଗ କରିଥିଲେ । ସେହିପରି C.H.O. ରୁଦ୍ର ରାଣା, MPHWF ରସ୍ମି ରେଖା ମହାନ୍ତ ଓ ମମତା ସାବୁ ମଧ୍ୟ ଶିବିରରେ ସକ୍ରିୟ ଭାବେ ଯୋଗଦେଇଥିଲେ ବରିଆଳି ଅଙ୍ଗନବାଡ଼ି କାର୍ୟକର୍ତ୍ତୀ ପୂର୍ଣ୍ଣିମା ଧରୁଆ, ଆଶା କର୍ମୀ ଅନିତା ନାଏକ ଓ ହେଲ୍ପର ହେମଲତା ମାଝି ଗ୍ରାମବାସୀଙ୍କ ସଚେତନତା ଓ ଯୋଗାଯୋଗରେ ମୁଖ୍ୟ ଭୂମିକା ନେଇଥିଲେ ।
ଚିକିତ୍ସା ସେବା ସମ୍ପର୍କରେ: ଶିବିର ସମୟରେ ବୃଦ୍ଧ, ନାରୀ ଓ ଶିଶୁ ମାନଙ୍କ ପାଇଁ ସାଧାରଣ ଚିକିତ୍ସା, ରକ୍ତଚାପ ଓ ଶରୀର ତାପମାତ୍ରା ଜାଞ୍ଚ, ଡାୟାବେଟିଜ ପରୀକ୍ଷା, ଅନିମିଆ ସ୍କ୍ରିନିଂ, ଚର୍ମ ଓ ଶ୍ୱାସକାଷ୍ଠ ସମସ୍ୟାର ଚିକିତ୍ସା, ଓ ମହିଳା ସ୍ୱାସ୍ଥ୍ୟ ସଚେତନତା ଆୟୋଜିତ ହୋଇଥିଲା । ଅନେକ ରୋଗୀଙ୍କୁ ଆବଶ୍ୟକ ଔଷଧ ନିଶୁଳ୍କ ଯୋଗାଇ ଦିଆଯାଇଥିଲା ।














