ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- ବଲାଙ୍ଗିର ଜିଲ୍ଲା ପୁଲିସ ନିର୍ଦ୍ଦେଶକ୍ରମେ କଣ୍ଟାବାଞ୍ଜି ପୁଲିସ ପକ୍ଷରୁ ପୋଲିସ ଥାନା ସମ୍ମୁଖରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଣ୍ଟାବାଞ୍ଜି ଥାନା ଅଧିକାରୀ ଗୋପାଳ ଚନ୍ଦ୍ର କର୍ଣ୍ଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ଥାନୀୟ ତହସିଲଦାର ବିସ୍ବନାଥ ଖାଲଖୋ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏସବିଆଇ ବଢ଼ାର ଶାଖା ମେନେଜର ମୁକେଶ କୁମାର,ପୋଲିସ ଏସଡ଼ିପିଓ ଲକ୍ଷ୍ମୀ ନାରାୟଣ ମାରାଣ୍ଡି,

ବଲାଙ୍ଗିର ସାଇବର ଥାନା ଅଧିକାରୀ ଭାରତୀ ନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ଥାନୀୟ ଲୋକ,ଛାତ୍ରଛାତ୍ରୀ, ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କୁ ସାଇବର ଅପରାଧରୁ ସୁରକ୍ଷିତ ରହିବାକୁ ସଚେତନ କରିଥିଲେ। ଅନ୍ଲାଇନ୍ ଠକେଇ, ଋଣ ଠକେଇ, ଡିଜିଟାଲ୍ ଆରେଷ୍ଟ ସମ୍ପର୍କରେ ସଚେତନ କରିବା ସହ ବିଭିନ୍ନ ପ୍ରଲୋଭନ ଦେଖାଇ ମୋବାଇଲରେ ଆସୁଥିବା ଅଜଣା ଲିଙ୍କ ନ ଖୋଲିବା ସମ୍ପର୍କରେ ସାଇବର ଥାନା ଅଧିକାରୀ ଶ୍ରୀମତୀ ନାଏକ ବୁଝାଇଥିଲେ।
ଠକେଇର ଶିକାର ହେଲେ ନିକଟସୁ ଥାନ କିମ୍ବା ସାଇବର ଥାନାରେ ଅଭିଯୋଗ ସହ ୧୯୩୦ ନମ୍ବରରେ ଫୋନ୍ କରି ଅଭିଯୋଗ ଦାଖଲ କରିବାକୁ ପରାମର୍ଶ ଦିଆଯାଇଥିଲା।ସଚେତନତା ରଥର ପ୍ରୋଜେକ୍ଟର ମାଧ୍ୟମରେ ସଚେତନତା ବାର୍ଷା ଭିଡିଓ ପ୍ରଦର୍ଶିତ କରିଥିବା ବେଳେ ନାଟକୀୟ ରୂପରେ ବଲାଙ୍ଗୀରର ଗୋଟିଏ ଦଳ ବହୁ ସୁନ୍ଦର ଭାବରେ ସଚେତନତା ବାର୍ତ୍ତା ପ୍ରଦର୍ଶନ କରି ଉପସ୍ଥିତ ଲୋକଙ୍କୁ ସଚେତନ କରିଥିଲେ। ସମାଜସେବୀ ଚିଂମୟ ଯୋଶୀ ମଞ୍ଚ ପରିଚାଳନା କରୁଥିଲେ ବେଳେ କାର୍ଯ୍ୟକ୍ରମ ସମାପ୍ତି ଓ ଧନ୍ୟବାଦ ଅର୍ପଣ ଥାନା ଅଧିକାରୀ ଗୋପାଳ ଚନ୍ଦ୍ର କର୍ଣ୍ଣ କରିଥିଲେ ।














