No Result
View All Result
ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- କଂଟାବାଞ୍ଜି ପୁଲିସ ଦ୍ୱାରା ପୁଣି ଦାଦନ ଶ୍ରମିକ ଉଦ୍ଧାର କରାଯାଇଛି । ଆଜି କଂଟାବାଞ୍ଜି ସହରର କଦଳିପଡା ଠାରେ ଏକ ବୋଲେରୋରେ କିଛି ଦାଦନ ଶ୍ରମିକ ରେଳବାଇ ଷ୍ଟେସନ କୁ ଆସୁଥିବା ଖବର ପାଇଁ ପୁଲିସ ପେଟ୍ରୋଲିଂ କରୁଥିବା ଏକ ଟିମ୍ କାବୁ କରିଥିଲ । ଦାଦନ ଶ୍ରମିକ ମାନଙ୍କୁ ଥାନା କୁ ଆଣି ସମସ୍ତଙ୍କ କାଗଜପତ୍ର ଯାଂଚ କଲା ପରେ ପୁଲିସ ସମସ୍ତ ଦାଦନ ବେଆଇନ ଭାବେ ରାଜ୍ୟ ବାହାରକୁ ଦାଦାନ ଖଟିବାକୁ ପ୍ରସ୍ତୁତ ହେଉଥିବା ଜଣାପଡିଥିଲା ।
ଏଥିରେ ସଂପୃକ୍ତ ଥିବା ଦାଦନ ସର୍ଦାର ଅନ୍ତ ବାଗ ଓ ସହଯୋଗୀ ଶଙ୍କରର୍ଷଣ ବିଶିକୁ ଗିରଫ କରି କୋର୍ଟ ଚାଳାଣ କରିଛି । ଏହି ଦାଦନ ଶ୍ରମିକ ମାନେ ମୁରିବାହାଲ ବ୍ଲକ ଅଂଚଳର ବୋଲି ଜଣାପଡିଥିବା ବେଲେ ଦୁଇ ଜଣ ଗିରଫ ସର୍ଦାର ମାନେ ମଧ୍ୟ ମୁରିବାହାଲ ବ୍ଲକ ଗୁଡିଘାଟ ଓ ଚଲକିର ବୋଲି ଜଣାପଡିଛି ।
ଦାଦନ ଶ୍ରମିକ ମାନଙ୍କ ମଧ୍ୟରେ ୭ଜଣ ପୁରୁଷ ଓ ୨ଜଣ ମହିଲା ଶ୍ରମିକ ଅଛନ୍ତି । ସମସ୍ତଙ୍କ କାଗଜ ପତ୍ର ଯାଂଚ କରି ପୁଲିସ ନିଜ ଘରେ ଶ୍ରମିକଙ୍କୁ ଛାଡିବାର ବ୍ୟବସ୍ଥା କରିଛି । ଅନ୍ୟ ପଟେ ଦୁଇ ଜଣ ସର୍ଦାରଙ୍କ ଜାମିନ ନାମାଞ୍ଜୁର ହେବାରୁ ବିଚାର ବିଭାଗୀୟ ଜେଲ ହାଜତ କୁ ପଠା ଯାଇଥିବା କହିଛନ୍ତି ଥାନା ଅଧିକାରୀ ଗୋପାଳ ଚନ୍ଦ କର୍ଣ୍ଣ ।

No Result
View All Result