ବୋଲଗଡ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟପରିବାର ସଭ୍ୟ ମାନଙ୍କର ସମବେଦନା
ବୋଲଗଡ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଦୀର୍ଘ ୧୫ବର୍ଷ ଧରି ପୁରାତନ ରୋଗରେ ପୀଡ଼ିତ ଥିବା ଡିହ ଖଉରୁଣୀ ଗ୍ରାମର ଛାତ୍ର ରାଜେନ୍ଦ୍ର ନାୟକ ଗତ ରବିବାର ଦିନ ଖୋର୍ଦ୍ଧା ସ୍ଥିତ ଗୋପବନ୍ଧୁ ସରକାରୀ ଡାକ୍ତର ଖାନାରେ ମୃତ୍ୟୁ ବରଣ କରିଅଛି l ସେହି ଦିନ ବୋଲଗଡ ଗୋଷ୍ଠି ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁ ଓଡିଶା ସିଭିଲ ସର୍ଭିସ ପରୀକ୍ଷା ପରିଚାଳନା ଦାୟିତ୍ୱରେ ଗଙ୍ଗପଡ଼ା ସ୍ଥିତ ଆଦ୍ୟାନ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟରତ ଥିଲେ l

ସ୍ବର୍ଗତ ଛାତ୍ର ରାଜେନ୍ଦ୍ର କୁମାର ନାୟକଙ୍କ ମୃତ୍ୟୁ ଖବର ପାଇ ବୋଲଗଡ ଗୋଷ୍ଠି ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁ ଓ ଶିକ୍ଷକ ଅଭିମନ୍ୟୁ ପଲେଇ ପ୍ରମୁଖ ସଙ୍ଗେ ସଙ୍ଗେ ସନ୍ଧ୍ୟା ୭ଘଣ୍ଟିକା ସମୟରେ ମୃତ ଛାତ୍ରର ଘରେ ପହଞ୍ଚି ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସଙ୍ଗେ ସଙ୍ଗେ ମୃତ ଛାତ୍ରର ଅମର ଆତ୍ମାର ସଦ୍ଗତି ନିମନ୍ତେ ନିରବ ପ୍ରାର୍ଥନା କରିଥିଲେ l ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସ୍ୱାଇଁ ଡିହ ଖଉରୁଣୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ସାହୁ,

ସ୍କୁଲ ପରିଚାଳନା କମିଟିର ସଭାପତି ଅଜୟ କୁମାର ବେହେରା ଓ ଗ୍ରାମର କିଛି ଭଦ୍ରବ୍ୟକ୍ତିମାନଙ୍କ ଉପସ୍ଥିତିରେ ସ୍ବର୍ଗତ ରାଜେନ୍ଦ୍ର ନାୟକ ଭଉଣୀଙ୍କ ଉପସ୍ଥିତିରେ ଛାତ୍ରର ମୃତ୍ୟୁ ସମ୍ପର୍କରେ ପଚାରି ବୁଝିଥିଲେ l ରାଜେନ୍ଦ୍ର ଜନ୍ମ ହେବାର ୬ମାସ ପରେ ସେ ଛାତି ରୋଗ ଓ କାଶ, କଫ ଯୋଗୁଁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତର ଖାନାରେ ଦୀର୍ଘ ୯ବର୍ଷ ଧରି ଚିକିତ୍ସିତ ହେଉଥିଲା l

ତା’ପରେ ରାଜେନ୍ଦ୍ର ସୁସ୍ଥ ଓ ନିରୋଗ ହେବାରୁ ଡାକ୍ତରୀ ଔଷଧ ଖାଇବାକୁ ମନା କରିଦେଇଥିଲା l କିଛି ଦିନ ପରେ ପୁଣି ରାଜେନ୍ଦ୍ରର ଦେହ ପୂର୍ବପରି ଅସୁସ୍ଥ ହେବାରୁ ସେ ଔଷଧ ଖାଉଥିଲା l ଅର୍ଥ ଅଭାବରୁ ସବୁବେଳେ ରାଜେନ୍ଦ୍ର ଔଷଧ ଖାଇପାରୁନଥିଲା l ମୃତର ପୂର୍ବଦିନ ରାଜେନ୍ଦ୍ର ନିଜ ବିଦ୍ୟାଳୟକୁ ଯାଇ ସାଙ୍ଗମାନଙ୍କ ସହ ଚୂଡ଼ା ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଶିଶୁ ମହୋତ୍ସବ ‘ସୁରଭି’ କାର୍ଯ୍ୟକ୍ରମରେ ଯୋଗଦେଇଥିଲା l















