No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ପୋଲିସ ହାଇସ୍କୁଲରେ ୨୦୨୬ ମାଟ୍ରିକ ଏ ୱାନ ଛାତ୍ରଛାତ୍ରୀ ମାନଙ୍କ ପାଇଁ ପ୍ରଫେସର ଏସ.ଏସ. ତ୍ରିପାଠୀଙ୍କ ଦ୍ୱାରା ବିଜ୍ଞାନ ପ୍ରଥମପତ୍ର ର ରସାୟନ ବିଜ୍ଞାନ ବିଷୟରେ ଭଲ ଭାବେ ବୁଝିବ ପାଇଁ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଉରାନିଅମ ସଭାପତି ଓ ପ୍ରତିଷ୍ଠାତା ପ୍ରଫେସର ଏସ.ଏସ. ତ୍ରିପାଠୀ ଏହି ବିଷୟରେ ସ୍ୱତନ୍ତ୍ର ଗବେଷଣା କରିଥିବା ବ୍ୟକ୍ତି,
ତାଙ୍କୁ ଏହି ଅବସରରେ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ତଥା ଆସିଥିବା ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରଶ୍ନ ପଚାରି ସମାଧାନ ଶୁଣିଥିଲେ । ପ୍ରଫେସର ତ୍ରିପାଠୀଙ୍କ ସହ ପ୍ରଫେସର ଅପର୍ଣ୍ଣା ଦତ୍ତ ମଧ୍ୟ ଦିନ ତମାମ ଆଗାମୀ ପରୀକ୍ଷାର୍ଥୀ ମାନଙ୍କୁ ଉପଯୁକ୍ତ ଉପଦେଶ ଓ ଦିଶା ଦେଇଥିଲେ । ଏଥିରେ ପ୍ରଧାନ ଶିକ୍ଷକ ଶିବରାମ ମିଶ୍ରଙ୍କ ସହ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ଓ ଅନ୍ୟତମ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ଜେନା ସହଯୋଗ କରିଥିଲେ ।

No Result
View All Result