ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଯୁବ ଯାଦବ ସମାଜ ଦ୍ୱାରା ଗିରି ଗୋବର୍ଦ୍ଧନ ପୂଜା ଓ ସାଂସ୍କୃତିକ କାର୍ଯ୍ୟ କ୍ରମ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହା ସ୍ଥାନୀୟ ଗୋରୁ ବଜାର ପ୍ରାଙ୍ଗଣ ସ୍ଥିତ ମା ସମଲେଇ ମନ୍ଦିର ପ୍ରାଙ୍ଗଣ ରେ ପୂଜା ଅର୍ଚ୍ଚନା କରାଯାଇଛି ।

ପ୍ରାରମ୍ଭିକ ପର୍ଯ୍ୟାୟରେ ଗୌଡ ମାନଙ୍କ ବାଡି ନଗର ପରିକ୍ରମା କରି ଗୋରୁ ବଜାର କୁ ପହଞ୍ଚିଲା ପରେ ଏକ ସଭା ଅନୁଷ୍ଠିତ ହୋଇଛି । ସଭା ରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ(ମୁଖ୍ୟ ଅତିଥି) ଅଧ୍ୟାପକ ମନୋଜ କୁମାର ମହାକୁଡ଼( ମୁଖ୍ୟବକ୍ତା) ସମ୍ମାନିତ ଅତିଥି ସରପଞ୍ଚ ତୁରେକେଲା ଜଳନ୍ଧର ମହାକୁଡ଼ ଝରିଏଲ୍ ସରପଞ୍ଚ ଭରଦ୍ୱାଜ ଗହିର ପରମାନନ୍ଦ ହାତୀ ଜିଲ୍ଲା ଯୁବ ଯାଦବ ପୌରାଞ୍ଚଳ ସଭାପତି ସଞ୍ଜୀବ ବାଗ ମଞ୍ଚଷିଁ ଥିଲେ ।

ସଭା ରେ ବେଦବ୍ୟାସ ନାଗ ସଭାପତିତ୍ୟ କରିଥିବା ବେଳେ ସମ୍ପାଦକ ସଞ୍ଜୟ ପୁଞ୍ଜି ସମ୍ପାଦକିୟ ବିବରଣୀ ପଠନ କରିଥିଲେ । ମୁଖ୍ୟ ଅତିଥି ଓ ମୁଖ୍ୟବକ୍ତା ସମାଜ ସଂସ୍କାର ଓ ଗିରି ଗୋବର୍ଦ୍ଧନ ପୂଜା ପାଳନ ରେ ଯାଦବ ମାନଙ୍କ ଭୂମିକା ଉପରେ କହିଥିଲେ ।

ସଭାକୁ ଗୁରୁ ଦୟାଲ ହଂସ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବିମଳ ହାତୀ ପରିଚାଳନା କରିଥିଲେ । ଯାଦବ ମାନଙ୍କ ଗୌଡ ବାଡି ଖେଳ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ବିଚାରକ ଭାବେ କୈଳାଶ ହାତୀ ସତ୍ୟନାରାୟଣ ପୁଞ୍ଜି ଓ ଘନଶ୍ୟାମ ଗହିର ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ଯାଦବ ସମାଜ ର ସମସ୍ତ ଯୁବକ ମାନେ ସହଯୋଗ କରିଥିଲେ ।