ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଅବକାରୀ ବିଭାଗର ଚଢ଼ାଉ ବେଳେ ବ୍ୟାପକ ମାତ୍ରା ରେ ମଦ ଜବତ, ୪ ଗିରଫ। ସୂଚନା ଅନୁସାରେ ଦୁଇଟି ଭିନ୍ନ ଚଢ଼ାଇ ରେ ଦେଶୀ ଓ ବିଦେଶୀ ମଦ ମିଶି ମୋଟ ୧୪୫ ଲିଟର ମଦ ଜବତ କରାଯାଇଛି। କଣ୍ଟାବାଞ୍ଜି ଅବକାରୀ ବିଭାଗ ଓଆଇସି ପ୍ରବୀଣ କୁମାର ସାହୁ ଗୁପ୍ତ ସୂଚନା ପାଇ ତୁରେକେଲା ବ୍ଲକ ଅନ୍ତର୍ଗତ ଗତଗତ ବାହାଲ ଗ୍ରାମରେ ଦଳ ବଲ ସହିତ ଚଢ଼ାଉ କରିଥିଲେ।
ଚଢ଼ାଉ ବେଳେ ନକଲି ମଦ ନିର୍ମାଣ ସାମଗ୍ରୀ ସହିତ ବୋତଲ ରେ ଭରି ତିଆରି କରାଯାଇଥିବା ନକଲି ମଦ(୬୫.୧୬୦ ଲିଟର), କାରାମେଲ (୧୦ ଲିଟର),ବୋତଲ କେପ(୧୯୭୫ ପିସ୍),ନକଲି ଇଏଲ୍ (୩୦୭୯),ଖାଲି ବୋତଲ (୮୬),ଖାଲି କାର୍କିନ(୮) ଜବତ କରିବା ସହ ଭୁବର୍ଧନ ସାହୁ(୫୦),ବିଦ୍ୟାଧର ସାହୁ(୪୫), ଶ୍ରୀକାନ୍ତ ସ(୩୫) କୁ ଗିରଫ କରାଯାଇଥିଲା ।
ଗଡ଼ଗଡ ବାହାଲ ଗ୍ରାମରେ ହିଁ ଅନ୍ୟ ଗୋଟେ ଚଢ଼ାଉ ରେ ୮୦ ଲିଟର ଦେଶୀ ମଦ ଜବତ କରାଯାଇଥିଲା । ପ୍ରକାଶ ସାହୁ(୨୦) ନାମକ ଜଣେ ଯୁବକ କୁ ଗିରଫ କରାଯାଇଥିଲା । ୪ ଜଣଙ୍କ ନାମରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିଲା ।
ବେଲ ଦରଖାସ୍ତ ଖାରଜ ହେବାରୁ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠେଇ ଦିଆଯାଇଛି। ଏହି ଚଢ଼ାଉ ରେ କଣ୍ଟାବାଞ୍ଜି ଅବକାରୀ ବିଭାଗ ଓଆଇସି ପ୍ରବୀଣ କୁମାର ସାହୁ, ଆଶିଷ ପଟେଲ,ରାଜନ୍ ମିଶ୍ର, ସୁମିତ ସାହୁ(ଓଆଇସି) ବଙ୍ଗୋମୁଣ୍ଡା, ଏ ଏସ ଆଇ ହିଙ୍ଗୁଳା ଦାସ,ପ୍ରଫୁଲ୍ଲ ନାଗ,ଚନ୍ଦନ ପଟେଲ ସାମିଲ ହୋଇଥିଲେ ।














