No Result
View All Result
ବିଦ୍ୟାର୍ଥୀଙ୍କ ଦକ୍ଷତା ବିକାଶର ସୁଯୋଗ ଆଣିଛି ସୁରଭି
ବୋଲଗଡତା – (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବୋଲଗଡ ଶିକ୍ଷା ବ୍ଲକ ଅନ୍ତର୍ଗତ କଳାଙ୍ଗଗ୍ରାମସ୍ଥିତ କାଁହୁ ଚରଣ ସରକାରୀ ଉଚ୍ଚ ବିଦ୍ୟାଳୟ ଆନୁକୂଲ୍ୟରେ ଓ ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ଆର୍ଥିକ ସହାୟତାରେ ମଣ୍ଡଳସ୍ତରୀୟ ଶିଶୁ ମହୋତ୍ସବ “ସୁରଭି “ଶୁକ୍ରବାରଦିନ ମହାଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଅଛି l ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି ” ଉଦଘାଟନ ଉତ୍ସବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୈଳାସ ନାଥ ସ୍ୱାଇଁଙ୍କ ସଭାପତିତ୍ୱରେ ମୁଖ୍ୟଅତିଥିଭାବେ ପ୍ରାକ୍ତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋକୁଳ ଚନ୍ଦ୍ର ବଳବନ୍ତରାୟ ,

ମୁଖ୍ୟବକ୍ତାଭାବେ ପ୍ରାକ୍ତନ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦ୍ମ ଚରଣ ବେହେରା ଓ ସମ୍ମାନିତ ଅତିଥିଭାବେ ପ୍ରଧାନ ଶିକ୍ଷକ ଜ୍ୟୋତିନ୍ଦ୍ର ନାଥ ଦାସ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଅମିତା ମିଶ୍ର, ସ୍କୁଲ ପରିଚାଳନା କମିଟି ସଭାପତି ନରେନ୍ଦ୍ର କୁମାର ସ୍ୱାଇଁ, ମୋ ସ୍କୁଲ କମିଟି ସଭାପତି କୃଷ୍ଣ ମୋହନ ମହାପାତ୍ର ପ୍ରମୁଖ ଯୋଗଦେଇ ଏହାକୁ ଶୁଭ ଉଦଘାଟନ କରିଥିଲେ l ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସନ୍ତୋଷ ସାମଲ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶିକ୍ଷକ ମନମୋହନ କହଲ ସିଂହ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ l

ଶିଶୁ ହସିଲେ ଦୁନିଆଁ ହସିବ ବୋଲି ମୁଖ୍ୟଅତିଥି ଶ୍ରୀ ବଳବନ୍ତରାୟ ମତ ପ୍ରକାଶ କରିଥିଲେ l ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” ଉଦଯାପିତ ହୋଇଯାଇଥିଲା l ଏହି ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥିଭାବେ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ, ମୁଖ୍ୟବକ୍ତାଭାବେ ବୋଲଗଡ ବ୍ଲକ ଅଧକ୍ଷା ହୁଲ୍ଲାସ ପ୍ରଧାନ, ବିଶିଷ୍ଠ ଅତିଥିଭାବେ ବୋଲଗଡ ତହସିଲଦାର ବିଜୟ କୁମାର ସେଠୀ ଓ ସମ୍ମାନିତ ଅତିଥିଭାବେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ କୈଳାସ ନାଥ ସ୍ୱାଇଁ,

ଅମିତା ମିଶ୍ର, ପ୍ରଧାନ ଶିକ୍ଷକ ଜ୍ୟୋତିନ୍ଦ୍ର କୁମାର ଦାସ, ଅତିରିକ୍ତ ବିଡ଼ିଓ ଡକ୍ଟର ରତିକାନ୍ତ ମିଶ୍ର, ଜିଲ୍ଲାପରିଷଦ ସଭ୍ୟା ସୁନନ୍ଦିତା ସାହୁ, ଗ୍ରାମ୍ୟ କମିଟି ସଭାପତି ପ୍ରଶାନ୍ତ କୁମାର ହୋତା ପ୍ରମୁଖ ଯୋଗଦେଇଥିଲେ l ଏହି ସୁରଭି ମହୋତ୍ସବରେ ୧୪ଟି କ୍ଲଷ୍ଟରର ୫୩୨ଜଣ ପ୍ରତିଯୋଗୀ ନୃତ୍ୟ, ସଂଗୀତ, ବକୃତା, ପ୍ରବନ୍ଧ, ସୃଜନ ଶୀଳ ଲିଖନ, କୁଇଜ, ଚିତ୍ରାଙ୍କନ, ପି.ଏମ.ପୋଷଣ ଇତ୍ୟାଦି ୩୧ଗୋଟି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ l ସେମାନଙ୍କ ମଧ୍ୟରୁ ୩୧ଜଣ କୃତୀ ପ୍ରତିଯୋଗୀ ଖୋର୍ଦ୍ଧା ଜିଲ୍ଲାସ୍ତରକୁ ଉନ୍ନୀତ ହୋଇଅଛନ୍ତି l

ସମସ୍ତ କାର୍ଯ୍ୟକ୍ରମକୁ ବିଭୁ ପ୍ରସାଦ ମହାପାତ୍ରଙ୍କ ସମେତ ୧୪ଜଣ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସହଯୋଗ କରି ପରିଚାଳନା କରିଥିଲେ l ବିଦ୍ୟାର୍ଥୀମାନଙ୍କର ଦକ୍ଷତା ବିକାଶର ସୁଯୋଗ ଆଣିଛି “ସୁରଭି” ବୋଲି ମୁଖ୍ୟଅତିଥି ତଥା ବିଧାୟକ ପ୍ରଦୀପ କୁମାର ସାହୁ ମତ ପ୍ରକାଶ କରିଥିଲେ l ପ୍ରତ୍ୟେକ ଛାତ୍ର ଛାତ୍ରୀ ସମୟର ସଦୁପଯୋଗ କରି ପିତାମାତା,ଗୁରୁଜନ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନ ଭୁଲି ମା’ମାଟି ମାତୃଭାଷାକୁ ଭଲ ପାଇ ଲୁଚିରହିଥିବା ପ୍ରତିଭାକୁ ଉନ୍ମୋଚନ କରି ଭଲ ମଣିଷ ହେବାକୁ ବିଶିଷ୍ଠ ଅତିଥି ତଥା ତହସିଲଦାର ବିଜୟ କୁମାର ସେଠୀ ପରାମର୍ଶ ଦେଇଥିଲେ l
ସମସ୍ତ ନିମନ୍ତ୍ରିତ ଅତିଥିମାନେ କୃତୀ ପ୍ରତିଯୋଗୀମାନଙ୍କୁ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ l ପ୍ରତିଯୋଗୀମାନେ ତାଙ୍କର ଦଳୀୟ ନୃତ୍ୟ ପରିବେଷଣ କରିଥିଲେ l ବିଚାରକ ଭାବେ, ପୂର୍ଣ୍ଣ ଚନ୍ଦ୍ର ବେହେରା, ସତ୍ୟବାନ ପଶ୍ଚିମ କବାଟ ଓ ଶ୍ରୀନିବାସ ପାଇକରାୟ ପ୍ରମୁଖ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ଚୟନ କରିଥିଲେ l ସମସ୍ତ କାର୍ଯ୍ୟକ୍ରମକୁ ଶିକ୍ଷକ ପ୍ରଫୁଲ୍ଲ କୁମାର ସିଂହ ସଂଯୋଜନା କରିଥିଲେ l ପରିଶେଷରେ ଶିକ୍ଷକ ପ୍ରତାପ ରାଉତରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

No Result
View All Result