No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଗ୍ରାମ୍ୟ ସ୍ତରୀୟ ଫେଡେରେସନ ପୁନଃ ଗଠନ ନାମରେ ଗୋଷ୍ଠୀ ସହାୟିକା ମାନଙ୍କୁ ଛଟେଇ ନକରିବା ଦାବିରେ ବୁଧବାର ଗୋଷ୍ଠୀ ସହାୟିକା ମାନେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସର୍ବଭାରତୀୟ ଶ୍ରମିକ ସଂଗଠନ ଏଆଇଟିୟୁସି ସହବନ୍ଧିତ ଓଡିଶା ଗୋଷ୍ଠୀ ସହାୟିକା ସଂଘ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ଗୁଣ୍ଡିଚା ମନ୍ଦିରଠାରୁ ବାହାରି ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭା କରିଥିଲେ ।
ସଂଘ ନେତାମାନେ ଅଭିଯୋଗ କରିଥିଲେ କି, ସରକାର ସ୍ବତନ୍ତ୍ରପରୀକ୍ଷା ଓ ଯୋଗ୍ୟତା ଭିଭିରେ ଗୋଷ୍ଠୀ ସହାୟିକା ମାନଙ୍କୁ ନିଯୁକ୍ତି କରିଛନ୍ତି । ଓଡିଶା ମିଶନ ଶକ୍ତି ଅଧୀନରେ ୨୦୧୨ ମସିହାରୁ ଗ୍ରାମାଞ୍ଚଳରେ ଗୋଷ୍ଠୀ ସହାୟିକାମାନେ ସ୍ବୟଂ ସହାୟିକା ଗୋଷ୍ଠୀ ଗଠନ କରି ମହିଳା ମାନଙ୍କ ଉନ୍ନତି ନିମନ୍ତେ ସରକାରଙ୍କ ଯୋଜନାକୁ ସଫଳ କରିବା ପାଇଁ ସମସ୍ତ କାର୍ଯ୍ୟ କରି ଆସୁଥିଲେ ।ପୂର୍ବ ସରକାର ଗୋଷ୍ଠୀ ସହାୟିକାଙ୍କ କାର୍ଯ୍ୟ ପାଇଁ ମାସିକ ଭତ୍ତା ପ୍ରଦାନ କରି ଆସୁଥିଲେ । ଏବର ସରକାର ମଧ୍ୟ ୧୧ ମାସ ଧରି ସେହି ଭତ୍ତା ପାରିଶ୍ରମିକ ବାବଦକୁ ଦେଇ ଆସିଛନ୍ତି ।
ଏବେ ସରକାର ହଠାତ ଗୋଷ୍ଠୀ ସହାୟିକାଙ୍କ ନିଯୁକ୍ତି କାୟମ ରହିବା ଉପରେ ସ୍ପଷ୍ଟୀକରଣ ନରଖି ଗ୍ରାମ୍ୟସ୍ତରୀୟ ଫେଡେରେସନର ପୁନଃ ଗଠନ କରିବା ପାଇଁ ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦେବା ଗୋଷ୍ଠୀ ସହାୟିକାଙ୍କ ନିଯୁକ୍ତିକୁ ବିପଦ ଓ ଆଶଙ୍କା ମଧ୍ୟକୁ ଠେଲି ହୋଇଯାଇଛି । ଗୋଷ୍ଠୀ ସହାୟିକାମାନେ ସେମାନଙ୍କ ଭିକ୍ଷୋଭ ମାଧ୍ୟମରେ ଏହି ନିର୍ଦ୍ଦେଶନାମାକୁ ବିରୋଧ କରିଛନ୍ତି । ଏହି ପ୍ରତିବାଦ ସଭାରେ ଏଆଇଟିୟୁସି ରାଜ୍ୟସମ୍ପାଦକ ବ୍ରଜବନ୍ଧୁ ପ୍ରଧାନ, ସଂଘର ରାଜ୍ୟ କାର୍ଯ୍ୟକାରୀ ସଭାପତି ସୁବାସ ମହାପାତ୍ର,
ଜିଲ୍ଲା ସମ୍ପାଦିକା ଅନୁସୂୟା ପ୍ରଧାନ, ଜିଲ୍ଲା ସଭାନେତ୍ରୀ ରେଣୁପ୍ରଭା ଦାସ ପ୍ରମୁଖ ସରକାର ତୁରନ୍ତ ଗୋଷ୍ଠୀ ସହାୟିକାଙ୍କ ନିଯୁକ୍ତିର ସ୍ଥାୟିତ୍ଵ ନେଇ ସୃଷ୍ଟିକରଣ ନଦେଲେ ରାଜ୍ୟବ୍ୟାପୀ ଆନ୍ଦୋଳନ ଚାଲିବ ବୋଲି ଘୋଷଣା କରିଛନ୍ତି । ପୁରୀଜିଲ୍ଲାପାଳଙ୍କ ଜରିଆରେ ଏହି ସନ୍ଦେହପୂର୍ଣ୍ଣ ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ ନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ସଂଘର ନେତା ହରିହର ସେନାପତି, ଗୋଲେଖ ନାୟକ,ସୁରେଶ ଚନ୍ଦ୍ର ବିଶ୍ବାଳ, ରଜନୀ ମହାରଣା, ମାନସୀ ମାର୍ଥା, ଶକୁନ୍ତଳା ସାହୁ, ଜ୍ୟୋତିର୍ମୟୀ ପାଢୀ, ନମୀତା ସ୍ବାଇଁ,ମମତା ବାରିକ, କୁନି ଦେଇ, କଳ୍ପନା ଶତପଥୀ, ଦିପ୍ତିମୟୀ ଦେଇ ପ୍ରମୁଖ ଆନ୍ଦୋଳନର ନେତୃତ୍ଵ ନେଇଥିଲେ ।

No Result
View All Result