ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଭାରତ ବିକାଶ ପରିଷଦ, ପୁରୀ ତରଫରୁ ସ୍ଥାନୀୟ ମାର୍କଣ୍ଡେଶ୍ୱର ସାହି ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଅନ୍ତର୍ଜାତୀୟ ଶିଶୁ କନ୍ୟା ସପ୍ତାହରେ କନ୍ୟା ଶିଶୁ ମାନଙ୍କ ସଶକ୍ତିକରଣ, ଶିକ୍ଷା ର ଗୁଣାତ୍ମକ ଉପରେ ଏକ ସଚେତନତା ଶିବିର ର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନା କରି ପରିଷଦ ର ସଚିବ ସନ୍ତୋଷ କୁମାର ମହାନ୍ତି ଶିଶୁକନ୍ୟା ର ସବାଙ୍ଗିନ ଉନ୍ନତି ପାଇଁ ଭାରତ ବିକାଶ ପରିଷଦ ର ପ୍ରତିବଦ୍ଧତା ବିଷୟରେ ସୂଚନା ପ୍ରଦାନ କରିଥିଲେ।

ଏ ବର୍ଷ ର ବିଷୟବସ୍ତୁ “ମୁଁ ସେହି ଝିଅ, ମୁଁ ପରିବର୍ତ୍ତନର ନେତୃତ୍ୱ ନେବି” କୁ ସମସ୍ତ ଛାତ୍ରୀ ଙ୍କୁ ଶପଥ ପାଠ କରାଇଥିଲେ । ମୁଖ୍ୟବକ୍ତା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ ତ୍ରିପାଠୀ ଶିଶୁକନ୍ୟା ମାନଙ୍କ ଅଧିକାର ଏବଂ ଆଇନଗତ ସହାୟତା ଉପରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ପରିଷଦର ଜାତୀୟ ମହିଳା ବାଲବିକାଶ ସଦସ୍ୟା ଶ୍ରୀମତି ସୁପ୍ରିତି ରଥ ଶିଶୁ କନ୍ୟାର ବଞ୍ଚିବାର ଅଧିକାର, ସମ୍ମୁଖୀନ ହେଉଥିବା ଆହ୍ୱାନର ମୁକାବିଲା ପାଇଁ ପରାମର୍ଶ ଦେଇଥିଲେ ।

ଆଲୋଚନାରେ ବାଲ ବିକାଶ ସଂଯୋଜିକା ଅଧ୍ୟାପିକା ଉର୍ମିଳା ସ୍ୱାଇଁ, ଅର୍ଥ ସଚିବ ହର ପ୍ରସାଦ ମହାପାତ୍ର, ଅବସରପ୍ରାପ୍ତ ପ୍ରଶାସକ ପଦ୍ମନାଭ ପଣ୍ଡା, କିଶୋର ପଟ୍ଟନାୟକ, ପତିତ ପାବନ ସାମନ୍ତରାୟ, ପ୍ରମୁଖ ଭାଗନେଇ ଥିଲେ । ଶ୍ରୀମତୀ ମୀରା ମହାରଣା,ନବକୁମାର ନାୟକ, ଲାଲା ଅନନ୍ତ କୁମାର ସିଂହ ସହଯୋଗ କରିଥିଲେ। ଏଥିରେ ୨୦୦ ରୁ ଉର୍ଦ୍ଧ ଛାତ୍ରୀ ଯୋଗଦେଇଥିଲେ । ସମସ୍ତଙ୍କୁ ନାରୀ ଜାତିର ଆଦର୍ଶ ଅହଲ୍ୟବାଇ ହୋଲକର ଙ୍କର ଜୀବନୀ ଉପରେ ଆଧାରିତ ପତ୍ରିକା ବଣ୍ଟନ କରାଯାଇଥିଲା । ଶେଷରେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମଞ୍ଜୁଲତା ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।














