No Result
View All Result
ଟାଙ୍ଗୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଟାଙ୍ଗୀ ଖୋର୍ଦ୍ଧା ଚାନ୍ଦପୁର ଥାନା କାର୍ଯ୍ୟରତ ସବ ଇନ୍ସିପେକ୍ଟର ଶ୍ରଦ୍ଧା ନାୟକ ଙ୍କର ଇନ୍ସିପେକ୍ଟର ପାହ୍ୟାକୁ ପଦୋନ୍ନତି ହୋଇଛି l ପୋଲିସ କାର୍ଯ୍ୟାଳୟରୁ ରାଜ୍ୟର ୪୨୭ ଜଣ ସବଇନ୍ସିପେକ୍ଟରଙ୍କୁ ଏହି ପଦୋନ୍ନତି ମିଳିଛି l ଚାନ୍ଦପୁର ଥାନାରେ କାର୍ଯ୍ୟରତ ମହିଳା ସାହସୀ ଦକ୍ଷ ଅଫିସର ସାହସିକତା ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଛନ୍ତି l
ଅପରାଧି ମାନକୁ କାବୁ କରି ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଥିବାରୁ ଅପରାଧୀ ମାନଙ୍କ ମନରେ ଛନକା ଲାଗି ରହିଛି l ସାଧାରଣ ଲୋକଙ୍କୁ ଉଚିତ୍ ନ୍ୟାୟ ପ୍ରଦାନ କରିଥିବାରୁ ଅଞ୍ଚଳ ବାସୀ ଭୁରିଭୁରି ପ୍ରସଂଶା କରୁଛନ୍ତି।

No Result
View All Result