No Result
View All Result
ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ମାଟିର ମହୋତ୍ସବ ୨ୟ ବର୍ଷ ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ସ୍ଥାନୀୟ ପୁତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଛି । କମିଟିର ଆବାହକ ପୁଷ୍ପକେତୁ ବେହେରାଙ୍କ ଆବହକତ୍ୱରେ କମିଟିର ଅଧକ୍ଷ ତଥା କଣ୍ଟାବାଞ୍ଜି ବିଧାୟକ ଲକ୍ଷଣ ବାଗ, ସଭାପତି ବ୍ରାଜଶ୍ୟାମ ଗୁରୁ ଓ ବରିଷ୍ଠ ସଦସ୍ୟ ମାନେ ସାମିଲ ହୋଇଥିଲେ ।

୨ୟ ବର୍ଷ ରେ କେମିତି ସୁନ୍ଦର ଭାବେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ସେ ନେଇ ଆଲୋଚନା ହେବା ସହ ଚଳିତ ମହୋତ୍ସବ ରେ କଣ୍ଟାବାଞ୍ଜି ଅଞ୍ଚଳର କଳାକାର ଙ୍କୁ ଅଧୂକ ଗୁରୁତ୍ବ ଦିଆଯିବ ବୋଲି ଚର୍ଚ୍ଚା ହୋଇଛି । ତେବେ ଏହି ମହୋତ୍ସବ ପାଇଁ ଆଗାମୀ ବୈଠକରେ ତାରିଖ ସ୍ଥିର କରାଯାଇ ଆଗାମୀ ଜାନୁଆରୀରେ ଏହି ମହୋତ୍ସବ କରାଯିବ ବୋଲି ସ୍ଥିର କରାଯାଇଛି । ସହରର ମାନ୍ୟଗଣ୍ୟ ବ୍ୟକ୍ତି ଓ ଅନୁଷ୍ଠାନ, ସଙ୍ଘ କୁ ନେଇ ମଧ୍ୟ ବୈଠକ କରାଯିବ ବୋଲି ବିଧାୟକ କହିଛନ୍ତି ।
ତିନି ଦିନ ଧରି ହେବାକୁ ଥୁବା ଏହି ମହୋତ୍ସବରେ ପୂର୍ବ ବର୍ଷ ଭଲି ଅନେକ କଲା, ସଂସ୍କୃତି ଓ କଳାକାର, ସାହିତ୍ୟିକ ମାନଙ୍କୁ ନେଇ କାର୍ଯ୍ୟକ୍ରମ ହେବ ବୋଲି ସ୍ଥିର କରାଯାଇଛି । ବୈଠକରେ ବରିଷ୍ଠ ସଦସ୍ୟ ସଂଜୟ ଗାନ୍ଧୀ, ବେଦବ୍ୟାସ ନାଗ, ପପୁ ଜୁଏଡ଼, କୈଳାଶ ଦୀପ, ବରିଷ୍ଠ ସାମ୍ବାଦିକ ଗୁରୁଦାୟଲ ହଂସ, ବିବେକ ଶର୍ମା, ରାଜୁ ବାରିକ, ତୁଳସୀ ଜଗତ, ରୋହନ ମହତ, ପ୍ରକାଶ ପଧାନ, ସନ୍ତୋଷ ଅଗ୍ରୱାଲ, ପରମାନନ୍ଦ ପୁଟେଲ ସହ ଅନ୍ୟମାନେ ସାମିଲ ଥିଲେ ।

No Result
View All Result