No Result
View All Result
ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବନ ବିଭାଗର ପେଟ୍ରୋଲିଂ ସମୟରେ ବିପୁଳ ପରିମାଣର ଖଇର କାଠ ଓ କେନ୍ଦୁ ଗଣ୍ଡି ଜବତ ହୋଇଥିବା ସୂଚନା ମିଳିଛି । ତେବେ ଏଥିରେ ବ୍ୟବହାର ହୋଇଥିବା ଟ୍ରକ କୁ ମଧ୍ୟ ବନ ବିଭାଗ ଜବତ କରିଥିବା ଜଣା ପଡ଼ିଛି । ସୂଚନା ଅନୁଯାୟୀ ଗତକାଲି ରାତି ରେ କଣ୍ଟାବାଞ୍ଜି ରେଞ୍ଜ ଅନ୍ତର୍ଗତ ବଲଦାସ କାଶମାଲ ଗାଁ ରାସ୍ତାରେ ଏକ ଟ୍ରକରେ ବେଆଇଅନ ଭାବେ କାଠ ଚାଲାଣ ହେଉଥିବା ବନ ବିଭାଗ ସୂଚନା ପାଇ ଥିଲା ।
ତେବେ ଘଟଣା ସ୍ଥଳ କୁ ପହଂଚି ଏହି ଗାଁ ରାସ୍ତା ରେ ଉକ୍ତ ଟ୍ରକ କୁ ଅଟକାଇ ଯାଞ୍ଚ କରିଥିଲା ବିଭାଗ । ତେବେ ଟ୍ରକ ଭିତରେ ଖଇର କାଠ ଓ କେନ୍ଦୁ ଗଣ୍ଡି ଥିବା ବନ ବିଭାଗ କର୍ମଚାରୀ ଦେଖିଥିଲେ । ପରେ ଏଥିରେ ସମ୍ପୃକ୍ତ ଥିବା ଡ୍ରାଇଭର ଓ ଟ୍ରକ କୁ ରେଞ୍ଜ କାର୍ଯ୍ୟାଳୟ ଆଣି ଅଧିକ ତଦନ୍ତ କରିଛନ୍ତି ।
ତେବେ ଏହି ଟ୍ରକ ଭିତରେ ଲୋଡ଼ ଥିବା କାଠର ହିସାବ କରିଛି ବନ ବିଭାଗ । ଏଥିରେ ୫କ୍ୱିଣ୍ଟାଲ ଖଇର କାଠ ଥିବା ବେଳେ ୧୬୯ ଖଣ୍ଡ କେନ୍ଦୁ ଗଣ୍ଡି ମଧ୍ୟ ରହିଥିଲା । ଚାଲାଣ ରେ ବ୍ୟବହାର ହେଉଥିବା ଦୁଇଟି ବାଇକ କୁ ମଧ୍ୟ ବନ ବିଭାଗ କର୍ମଚାରୀ ଜବତ କରିଛି । ଡ୍ରାଇଭର କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

No Result
View All Result