ବାଲିପାଟଣା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଓଡ଼ିଶା ଜୀବିକା ମିଶନ ଆନୁକୁଲ୍ୟରେ ମିଶନ ଶକ୍ତି ବିଭାଗ ତରଫରୁ ଆଜି ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଅଛି । ପୂର୍ବାହ୍ନରେ ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ବ୍ଲକ ଅନ୍ତର୍ଗତ ବଲଭଦ୍ରପୁର ଗ୍ରାମ ସ୍ଥିତ କଦଳିଗଛ ତନ୍ତୁ କାରଖାନା ପରିସରରେ ପମ୍ପାଲୋ ଗ୍ରାମ ପଞ୍ଚାୟତକୁ ମଡେଲ ଗ୍ରାମ ପଞ୍ଚାୟତ ଘୋଷଣା ହୋଇଥିବାରୁ ଏଠାକାର ମହିଳା ମହାସଂଘ୍ ତରଫରୁ ଏହି ଦିବସ ପାଳିତ ହୋଇଯାଇଛି ।

ଶତାଧିକ ବରିଷ୍ଠ ନାଗରିକ ଏଥିରେ ଯୋଗଦେଇ ଯୋଗ ଶିକ୍ଷା କରିବା ସହିତ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ବରିଷ୍ଠଙ୍କୁ ସମ୍ମାନ ଦେବା ସହିତ ସୁସ୍ଥ ଜୀବନ ନିର୍ବାହ କରିବା ଓ ସେମାନଙ୍କ ନିରାପତ୍ତା ପାଇଁ ସରକାରୀ ଯୋଜନା ସମ୍ପର୍କରେ ସେମାନଙ୍କୁ ଅବଗତ କରାଯାଇଥିଲା। ମହସଂଘ୍ ର ସଭାପତି ବନ୍ଦିତା ରାୟ,ସମ୍ପାଦିକା ଗୁମାନି କାଣ୍ଡି,ବ୍ୟାଙ୍କ୍ ମିତ୍ର ଲିଜାଲିନ ବାରିକ ପ୍ରମୁଖଙ୍କ ସହିତ ଏମ ବି କେ ବିଜୟ ଲକ୍ଷ୍ମୀ ବେହେରା ଏହାକୁ ପରିଚାଳନା କରିଥିଲେ।















