ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଗଜପତି ଜିଲ୍ଲାର ସ୍ଥିତି ବେହାଲ l ଲଗାଣ ବର୍ଷା ଫଳରେ ରାୟଗଡ ବ୍ଲକ ପେକଟ ଗାଁ ନିକଟରେ ଭୂସ୍ଖଳନ ଦେଖିବାକୁ ମିଳିଥିଲା l ଭୂସ୍ଖଳନରେ ଗାଁର ୨ ଜଣ ନିଖୋଜ ଥିବା ଅଭିଯୋଗ ହୋଇଛି l

ସେମାନେ ହେଲେ ବାପା କାର୍ତ୍ତିକ ଶବର ଓ ପୁଅ ରାଜୀବ ଶବର। ମାଟି ତଳେ ଚାପି ହୋଇଥିବା ଆଶଙ୍କା କରାଯାଉଛି l ରା.ଉଦୟଗିରି ବ୍ଲକ ବସ୍ତ୍ରୀଗୁଡା ତାଣ୍ଡିଗୁଡା ଗାଁ ପାଣି ଘେରରେ ଥିବାବେଳେ ଜଳବନ୍ଦୀରୁ ୨ ଜଣକୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ l ଅନ୍ୟପକ୍ଷରେ ଅଡବାରେ ଲୋକଙ୍କ ଘର ଭିତରେ ପାଣି ପଶିଥିଲା।
















