No Result
View All Result
କଟକ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଓଁ ଶାନ୍ତି, ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ଵରୀୟ ବିଶ୍ବବିଦ୍ୟାଳୟ ନିଆଳି ଉପ ସେବା କେନ୍ଦ୍ର ତରଫରୁ ପବିତ୍ର ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ପବିତ୍ର ଚୈତନ୍ୟ ଝାଙ୍କିର ଆରମ୍ଭ ହୋଇଛି । ଏହା ୩ ଦିନ ବ୍ୟାପୀ କାର୍ଯ୍ୟକ୍ରମ ଚାଲିବ । ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ବାଦିକ ନାରାୟଣ ଚନ୍ଦ୍ର ବେହେରା ଆନୁଷ୍ଠାନିକ ଭାବେ ପ୍ରଦୀପ ଜାଳି ଏହାକୁ ଉଦ୍ଘାଟନ କରି କହିଥିଲେ ଯେ ଆଜିର ସମୟରେ ସବୁ ବର୍ଗର ଭାଇ ଭଉଣୀମାନେ ଏହି ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ଵରୀୟ ବିଶ୍ବ ବିଦ୍ୟାଳୟର ଇଶ୍ୱରୀୟ ପବିତ୍ର ବାଣୀ ପ୍ରତି ଅନୁକରଣ କରିବାକୁ ସେ ଗୁରୁତ୍ଵଆରୋପ କରିଥିଲେ । ନିଆଳି ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ବବିଦ୍ୟାଳୟର ଭଉଣୀ ରାଜଯୋଗିନୀ ବ୍ରହ୍ମାକୁମାରୀ ସୁଷମା କାର୍ଯ୍ୟକ୍ରମର ଆୟୋଜନ କରିଥିଲେ ।
ସେ କହିଥିଲେ ଭାରତ ବର୍ଷରେ ସବୁବେଳେ ଆଧ୍ୟାତ୍ମିକ ପର୍ବର ଧୁନ ଲାଗି ରହିଥାଏ କିନ୍ତୁ ଏହି ପର୍ବ ମଧ୍ୟରେ ଦୁଇଟି ପର୍ବର ଗଭୀର ସଂଭଦ ଲାଗି ବିଶ୍ବ ପରିବର୍ତ୍ତନ ସହିତ ରହିଛି । ତାହା ହେଲା ଶିବରାତ୍ରି ଏବଂ ନବରାତ୍ରୀ, ରାତ୍ରି ଶବ୍ଦ ଅଜ୍ଞାନ ଅନ୍ଧାକାରର ସ୍ୱାତିକ ଅଟେ । ଏହି ଘୋର କଳିଯୁଗି ରୁପି ରାତ୍ରର ସମୟରେ ସୃଷ୍ଟି ପରିବର୍ତ୍ତନ କରିବାର ମଙ୍ଗଳମୟ ସଂକଳ୍ପ ନେଇ ବ୍ରହ୍ମଲୋକ ନିବାସୀ, କଲ୍ୟାଣକାରୀ ଶିବ ପରମାତ୍ମା ଭାରତ ଭୂମିରେ ଅବତରିତ ହୋଇ ଏକ ସୁନ୍ଦର ସତ୍ୟ ଯୁଗ ବା ସ୍ୱର୍ଗ ଦୁନିଆର ସ୍ଥାପନା କରୁଛନ୍ତି ।
ନିମାପଡା ସେବା କେନ୍ଦ୍ରର ଭଉଣୀ ରାଜଯୋଗିନୀ ବ୍ରହ୍ମାକୁମାରୀ ସୁଭାସିନି ସମସ୍ତଙ୍କୁ ଶାରଦୀୟ ପୂଜାର ଅଭିନନ୍ଦନ ଜଣାଇଥିଲେ । ସେ କହିଥିଲେ ବୁରାଇ ଏକ ଭଗର ଅଛାଇ କି ଜିତ୍ । ଜୀବନକୁ ଇଶ୍ୱରୀୟ ଶକ୍ତିର ଭରପୁର କରି ଏବଂ ସକାରାତ୍ମକ ଭାବନାର ଜାଗ୍ରତ କରି ଆମେ ସୁଖ ଶାନ୍ତିର ରହିପାରିବା ତେବେ ଭାରତର ପୁନଃ ରାମ ରାଜ୍ୟ ଆସିବ । ଏହି ଉପଲକ୍ଷେ ଦୂର୍ଗାରେ ରୂପରେ, ବିକେ ଶୋନି, ଲକ୍ଷ୍ମୀ ରୂପରେ ରୋଜୀ, ସରସ୍ଵତୀ ରୂପରେ ରାନୁ, ବ୍ରହ୍ମାକୁମାରି ପୂର୍ଣ୍ଣିମା ଭଉଣୀ ଅଭିନୟ କରିଥିବାବେଳେ ମହିଂସାସୁରରେ ବିକେ କାବୁଲି ଭାଇ ପ୍ରମୁଖ ବିଭିନ୍ନ କଳା ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ବହୁ ସଂଖ୍ୟାରେ ଭାଇ ଭଉଣୀମାନେ ଯୋଗ ଦେଇଥିଲେ ।

No Result
View All Result