କଣ୍ଟାବାଞ୍ଜି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସରକାରୀ ଡାକ୍ତରଖାନ ରେ ସୁଧୁନାହିଁ ବ୍ୟବସ୍ଥା। ଗୋଟିଏ ପରେ ଗୋଟିଏ ଅବ୍ୟବସ୍ଥା ଦେଖା ଦେଉଛି ଯାହାକୁ ନେଇ ସାଧାରଣ ରେ ଅସନ୍ତୋଷ ଦେଖା ଦେଇଛି। କଣ୍ଟାବାଞ୍ଜି ସରକାରୀ ଡାକ୍ତରଖାନ ରେ ଥିବା ଆଉଟଡୋର ସବୁ ବେଳେ ଅଚଳ ଦେଖା ଦେଉଛି କଣ୍ଟାବାଞ୍ଜି ଡାକ୍ତରଖାନ ରେ ଡାକ୍ତର ଥିବା ସ୍ବତ୍ତେ ମଧ୍ଯ ଆଉଟଡୋର ରେ ଡାକ୍ତର ବସୁନାହାନ୍ତି ଯାହାଫଳ ରେ ଜରୁରୀକାଳୀନ ସେବା କକ୍ଷ ରେ ପ୍ରବଳ ଭିଡ ପରିଲକ୍ଷିତ ହେଉଛି ।

ବାରମ୍ବାର ଏନେଇ ଲୋକେ ଅଭିଯୋଗ କଳେ ମଧ୍ଯ ଡାକ୍ତରଖାନ କର୍ତ୍ତୃପକ୍ଷ ନଜର ଦେଉନାହାଁନ୍ତି। ଦିନ କୁ ଦିନ ଡାକ୍ତରଖାନ ରେ ରୋଗି ସେବା ବାଧାପ୍ରାପ୍ତ ହେଉଛି। ଏବଂ ରୋଗୀ ଓ ପରିଜନ ହନ୍ତସନ୍ତ ହେଉଛନ୍ତି। ସରକାରୀ ନିୟମ ଅନୁଯାଏ ପ୍ରତୋକ ଦିନ ଡାକ୍ତରଖାନ ର ଆଉଟଡୋର ରେ କାର୍ଯ୍ୟରତ ଡାକ୍ତର ବସି ରୋଗୀ ଦେଖିବାକୁ କଥା ହେଳେ କଣ୍ଟାବାଞ୍ଜି ଡାକ୍ତରଖାନ ରେ ଆଉଟଡୋର ବଦଳ ରେ ଜରୁରୀକାଳୀନ ସେବା କକ୍ଷ ରେ ଡାକ୍ତର କେମିତା ବିଭାଗୀୟ ନିୟମ ଉଲଙ୍ଘନ କରି ଦେଉଛନ୍ତି ଏବଂ କାହିଁକି ଏହା ଉପରେ ଜିଲ୍ଲା ପ୍ରଶାସନ ନଜର ଦେଉନାହାଁନ୍ତି ବୋଲି ପ୍ରଶ୍ନ ଉଠୁଛି।
ଏନେଇ କଣ୍ଟାବାଞ୍ଜି ମେଡିକାଲ ଅଫିସର ଡାକ୍ତର ରାକେଶ ପଣ୍ଡିତ ଙ୍କୁ ପଚାରିବାରୁ ଏନେଇ ପୂର୍ବ ସରକାର ସମୟ ରେ ଡାକ୍ତରଖାନା ର ଉନ୍ନତିକରଣ ହୋଇଥିଲ ବେଳେ ପରବର୍ତ୍ତୀ ସମୟରେ ଡାକ୍ତରଖାନା ର ମରାମତି ହୋଇନଥିଲା ଯାହାଫଳରେ ପରବର୍ତ୍ତୀ ସମୟରେ ଡାକ୍ତରଖାନା ର ଆଉଟଡୋର କକ୍ଷ ରେ ପାଣି ଝରିବା ସହ ସିଲିଙ୍ଗ ଖସିବାରେ ଲାଗିଛି ଯାହାଫଳରେ ସେଠାରେ ଡାକ୍ତର ବସୁ ନାହାନ୍ତି ବୋଲି ସେ କହିଛନ୍ତି ।














