ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ସରକାର ଗ୍ରାମାଞ୍ଚଳ ଉନ୍ନତୀକରଣ ପାଇଁ ଯୋଜନା ଉପରେ ଯୋଜନାର କରି ସରକାରୀ ରାଜକୋଷ ରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି ହେଳେ ଯୋଜନା ଦାଇତ୍ବ ଥିବା ସରକାରୀ ଅଧିକାରୀ ଯୋଜନାର ଦୁରୁପୋଯୋଗ କରି ସରକାରୀ ଅନୁଦାନ ଆତ୍ମସାତ କରୁଥିବା ଭଲି ଅଭିଯୋଗ ବଲାଙ୍ଗୀର ଜିଲ୍ଲା ତୁରେକେଲ ବ୍ଲକ କରୁଆମୁଣ୍ଡା ପଞ୍ଚାୟତ ରୁ ସାମ୍ନା କୁ ଆସିଛି। ଏହି ପଞ୍ଚାୟତ ର ବିର୍ଣା ଗାଁ ଦାଣ୍ଡ ବାସ୍ତବ ରେ ଅନ୍ଧାର ରେ ଥିବା ହେଳେ କାଗଜପତ୍ର ରେ ଗାଁ ଦାଣ୍ଡ ଆଲୋକୀକରଣ ହୋଇ ଉକିଆଁ ଦିସୁଥିବା ଚର୍ଚ୍ଚା ହେଉଛି।

କାହିଁକି ନା ୨୦୨୫-୨୬ ଆର୍ଥିକ ବର୍ଷ କରୁଆମୁଣ୍ଡା ପଞ୍ଚାୟତ ପାଣ୍ଠି ରୁ ବିର୍ଣ୍ଣା ଗାଁ ଦାଣ୍ଡ କୁ ଆଲୋକୀକରଣ କରି ଇଷ୍ଟ୍ରିଡ ଲାଇଟ ଲଗାଇବା ବଦଳରେ ଗତ ଅଗଷ୍ଟ ୨୨ ତାରିଖ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଭୋପାଲ ସିଂ ଭୋଇ ଙ୍କ ନାରେ ସରକାରୀ ରାଜକୋଷ ୯୦ ହଜାର ଟଙ୍କା ଉଠା ଯାଇଛି। କିନ୍ତୁ ଏନେଇ ଆମେ ଗ୍ରାଉଣ୍ଡ ଜିରୋ କୁ ଯାଇ ଦେଖିବାରୁ କିଛି ବର୍ଷ ତଳେ ଗାଁର ବିଦ୍ୟୁତ ଖୁଣ୍ଟ ରେ ଇଷ୍ଟ୍ରିଡ ଲାଇଟ ଲଗା ଯାଇଉଥିବା ବେଳେ ତାହା ମଧ୍ଯ ଅଚଳ ଅବସ୍ଥା ରେ ରହିଛି।
ଏବଂ ଗତ ମାସ ରେ ଗାଁ ରେ କୌଣସି ପ୍ରକାର ଇଷ୍ଟ୍ରିଡ ଲାଇଟ ଲଗା ଯାଇ ନାହିଁ ମରାମତି ମଧ୍ଯ ହୋଇନାହିଁ। ତେବେ ଅଗଷ୍ଟ ମାସ ରେ ପଞ୍ଚାୟତ କର୍ତ୍ତୃପକ୍ଷ ଏହା ମିଛ ବିଲ କରି ସରକାରୀ ଅନୁଦାନ ଆତ୍ମସାତ କରିଥିବା ଅଭିଯୋଗ ହେଉଛି। ଏନେଇ ଦାଇତ୍ବ ରେ ଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ଭୋପାଲ ସିଂ ଭୋଇ ଙ୍କୁ ପଚାରିବାରୁ ଝରଣୀ ଗାଁ ର ଗୋଟିଏ ଠିକାଦାର କୁ ଇଷ୍ଟ୍ରିଡ ଲାଇଟ କାମ ଦିଆଯାଇଥିଲା କହି ସେ ମଧ୍ଯ ସଠିକ ଉତ୍ତର ଦେଉନାହାଁନ୍ତି।
ତେବେ ଗାଁ ରେ ଇଷ୍ଟ୍ରିଡ ଲାଇଟ ନ ଲାଗାଇ ଦାଇତ୍ବ ଥିବା ସରକାରୀ କର୍ମଚାରୀ ମାନେ ସରକାର ଆଖି ଧୂଳି ଦେଇ ସରକାର ଟଙ୍କା ହରିଲୁଟ କରିବା ଏବେ ଚର୍ଚ୍ଚା ବିଷୟ ଅଟେ । ତେବେ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ସମ୍ପୃକ୍ତ ସରକାରୀ କର୍ମଚାରୀଙ୍କ ବିରୋଧ ରେ କାର୍ଯ୍ୟନୁଷ୍ଠାନ ନେବେ ନା ଅନୁକମ୍ପା ଦେଖାଇ ଛାଡି ଦେବ ଦେଖିବାକୁ ରହିଲା ।














