ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଚଳିତ ବର୍ଷ ର ହବିଷ୍ୟାଳୀ ବ୍ରତ ବା ରାଈଦାମୋଦର ବ୍ରତ ଅକ୍ଟୋବର ୭ ତାରିଖରୁ ଆରମ୍ଭ ହୋଇ ୫ ନଭେମ୍ବର ରେ ଶେଷ ହେବ।ରାଜ୍ୟର ବିଭିନ୍ନ ଜିଲ୍ଲା ର ବିଭିନ୍ନ ସ୍ଥାନ ରୁ ମାଆ ମାନେ ହବିଷ ପାଳନ ପାଇଁ ଆସିବେ।ତେଣୁ ସମସ୍ତଙ୍କୁ ଉପଯୁକ୍ତ ସେବା ଯୋଗାଇବା ଆମ ସମସ୍ତଙ୍କ ସାମୁହିକ ଦାୟିତ୍ୱ ବୋଲି ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା ମତ ଦେଇଛନ୍ତି।ଆଜି ଅପରାହ୍ନ ରେ ଟାଉନ ହଲ ଠାରେ ହବିଷ୍ୟାଳୀ ବ୍ରତ ପାଇଁ ନିୟୋଜିତ ହେବାକୁ ଥିବା ଅଧିକାରୀ ଓ କର୍ମଚାରୀ ମାନଙ୍କ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା।















