No Result
View All Result
କଟକ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- କଟକ ସଦର ଥାନା ଫୁଲନଖରା ନିକଟସ୍ଥ ଆମଣ ପଞ୍ଚାୟତର ପୂର୍ବତନ ସରପଞ୍ଚ , ଜିଲ୍ଲା ପରିଷଦ ସଭ୍ୟ,ଅଡାଳିଆ ସେବା ସମବାୟ ସମିତିର ସଭାପତି, ରାଜ୍ୟ କୃଷକ ମୋର୍ଚ୍ଚାର ସଂଯୋଜକ , ବିଶିଷ୍ଟ ସମବାୟବିତ୍ ଶାସୋଳ ଗ୍ରାମର ବ୍ୟୟଜ୍ୟେଷ୍ଠ ମୁରବୀ କ୍ଷିରୋଦ ଚନ୍ଦ୍ର ଦଳାଇଙ୍କର ବୁଧବାର ସନ୍ଧ୍ୟାରେ ସାଶୋଳ ସ୍ଥିତ ଖେଳପଡିଆ ଠାରେ ଏକ ସ୍ମୃତି ଚାରଣ ସଭା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ରାଜକିଶୋର ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସ୍ମୃତି ଚାରଣ ସଭାରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ,

ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ, ବିଜେପି ରାଜ୍ୟ ଉପସଭାପତି ଗୋଲଖ ମହାପାତ୍ର, ବିଜେପି ରାଜ୍ୟ ମୁଖପାତ୍ର ଦିଲିପ କୁମାର ମଲ୍ଲିକ, କଟକ ଜିଲ୍ଲା ବିଜେପି ସଭାପତି ସୁକାନ୍ତ ବିଶ୍ଵାଳ, ରାଜ୍ୟ ମହିଳା କମିଶନ ସଦସ୍ୟା ପ୍ରତିଭା ଶତପଥୀ, କଟକ ନଗର ବିଜେପି ଉପ ସଭାପତି ସ୍ୱାଧୀନ ମହାନ୍ତି, ପ୍ରତାପ ରାଉତରାୟ, ଆମଣ ସରପଂଚ ମାନସୀ ପୃଷ୍ଟି, ବନ୍ଧୁ ଚରଣ ସାହୁ, ପୂର୍ବତନ କର୍ପୋରେଟର ପ୍ରମୋଦ କୁମାର ମହାପାତ୍ର, ପ୍ରମୁଖ ଅତିଥି ଭାବେ ଯୋଗଦେଇ କହିଲେ ଯେ, କ୍ଷୀରୋଦ ଭାଇ ଏକା ଧାରରେ ଜଣେ ସଚୋଟ ଦକ୍ଷ ରାଜନୈତିକ , ଦୃଢ଼ ସଂଗଠକ , ସମବାୟ ବିତ , ସଫଳ କୃଷ୍ଣ ,
ସମାଜସେବୀ, ପରୋପକାରୀ ବ୍ୟକ୍ତି ଥିଲେ । ସେ ସବୁଳେ ତଳ ସ୍ତରର ଲୋକଙ୍କର କିଭଳି ବିକାଶ ହୋଇପାରିବ ସେଦିଗରେ କାର୍ଯ୍ୟ କରୁଥିଲେ । ସେ ଦଳମତ ନିର୍ବିଶେଷରେ ସମସ୍ତଙ୍କ ସହିତ ତାଙ୍କର ଘନିଷ୍ଟ ସମ୍ପର୍କ ରହିଥିଲା । ସେ ସଦାସର୍ବଦା ପ୍ରତ୍ୟେକ ବ୍ୟକ୍ତିଙ୍କ ହୃଦୟରେ ଅମର ହୋଇ ରହିବେ ବୋଲି ଅତିଥି ମାନେ ସ୍ମୃତି ଚାରଣ ସଭା ରେ ମତବ୍ୟକ୍ତ କରିଥିଲେ । ଏହି ଶ୍ରଦ୍ଧାଞ୍ଜଳୀ ସଭାରେ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଅଜୟ କୁମାର ମୁଦୁଲି, ପ୍ରମୋଦ କୁମାର ରାଉତରାୟ, ସୁବାସ ରାଉତରାୟ, ବିଜୟ କୁମାର ପୁଷ୍ପାଳକ, ଜିତେନ୍ଦ୍ର ଦଳାଇ,ନବ କିଶୋର ସାମନ୍ତରାୟଙ୍କ ସମେତ ଶାସୋଳ ଗ୍ରାମର ସମସ୍ତ ଯୁବକ ତାଙ୍କ ଦ୍ଵାଦଶ କାର୍ଯ୍ୟରେ ସହଯୋଗ କରିଥିଲେ । କ୍ଷୀରୋଦ ଚନ୍ଦ୍ର ଦଳାଇଙ୍କ ବଡ଼ ପୁଅ ତୁଷାର କାନ୍ତ ଦଳାଇ ଙ୍କ ସମେତ ପରିବାର ଲୋକେ ଏଥିରେ ସହଯୋଗ କରିଥିଲେ । ଶେଷରେ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା ।

No Result
View All Result