• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରାହୁଲ-ନବୀନ : ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ – ବାବୁ ସିଂହ

Proprietor Abhimanyu Maharana by Proprietor Abhimanyu Maharana
July 23, 2026
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ରାଜନୀତି, ହୋମ୍
0
ରାହୁଲ-ନବୀନ : ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ – ବାବୁ ସିଂହ
Share on FacebookShare on TwitterWhatsapp

ନବୀନ ପଟ୍ଟନାୟକଙ୍କ ମନ୍ତବ୍ୟକୁ ନେଇ ଭୁବନେଶ୍ୱରରେ ବିଜେପିର ଦୃଢ଼ ପ୍ରତିବାଦ

• ବିଜେଡ଼ି-କଂଗ୍ରେସ ମଧୁଚନ୍ଦ୍ରିକା : ନିଜକୁ ‘କଂଗ୍ରେସ ବିରୋଧୀ’ କହୁଥିବା ବିଜେଡିର ଦୋମୁହାଁ ନୀତି ଓ ପ୍ରକୃତ ମୁଖା ଆଜି ପଦାରେ ପଡ଼ିଛି

• ନିଜ ଶାସନରେ ବିଭିନ୍ନ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ କରିଥିବା ବିଜେଡିର ସମାଲୋଚନା ହାସ୍ୟାସ୍ପଦ

• ଆନ୍ଦୋଳନ ନାଁରେ ହିଂସା ଓ ଦେଶବିରୋଧୀ ନାରାବାଜି କରୁଥିବା ଶକ୍ତିଙ୍କୁ ବିଜେଡି ସମର୍ଥନ କରୁଛି

• ବିଜେଡି ଓଡ଼ିଶାର ଯୁବପିଢ଼ିଙ୍କ ଭବିଷ୍ୟତକୁ ଅନ୍ଧକାର ଆଡ଼କୁ ଠେଲି ଦେଇଛି

ଭୁବନେଶ୍ୱର (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ଭୁବନେଶ୍ୱର ରାମମନ୍ଦିର ଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ମନ୍ତବ୍ୟକୁ ନେଇ ଦୃଢ଼ ପ୍ରତିବାଦ କରାଯାଇଛି । ରାଜ୍ୟରେ ବିଜେଡି ଓ କଂଗ୍ରେସର ମଧୁଚନ୍ଦ୍ରିକା ଏବଂ ଛାତ୍ର ବିରୋଧୀ ଆଭିମୁଖ୍ୟ ବିରୋଧରେ ବିଜେପି ବିଧାୟକ ଓ କାର୍ଯ୍ୟକର୍ତ୍ତାମାନେ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ ସଭା ସହ ବିରୋଧ ପ୍ରଦର୍ଶନ କରିଛନ୍ତି ।

ଏକାମ୍ର-ଭୁବନେଶ୍ୱର ବିଧାୟକ ବାବୁ ସିଂହ କହିଛନ୍ତି ଯେ ଯେଉଁମାନେ ଦୀର୍ଘ ୨୪ ବର୍ଷ ଧରି ଏହି ରାଜ୍ୟରେ ଶାସନ କରୁଥିଲେ ଏବଂ ନିଜକୁ ‘କଂଗ୍ରେସ ବିରୋଧୀ’ ବୋଲି ଡିଣ୍ଡିମ ପିଟୁଥିଲେ, ଆଜି ସେମାନଙ୍କର ପ୍ରକୃତ ମୁଖା ଖୋଲିଯାଇଛି। ନିଜ ଦୀର୍ଘ ଶାସନ କାଳରେ କନେଷ୍ଟବଳ ପରୀକ୍ଷା, ୨୦୧୮ ଓ ୨୦୨୨ର ମାଟ୍ରିକ ପରୀକ୍ଷା ସମେତ ବିଭିନ୍ନ ନିଯୁକ୍ତି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ଓ ବ୍ୟାପକ ଦୁର୍ନୀତି କରିଥିବା ବିଜେଡି ସରକାର କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ଏକ ଅତ୍ୟନ୍ତ ହାସ୍ୟାସ୍ପଦ ବିଷୟ ।

ଲୋକକଥାରେ ଯେପରି କୁହାଯାଏ – ‘ଚଟୁ ଆଇଁଷ, ବେଣ୍ଟ ନିରାମିଷ’; ସେହିପରି ‘ଆମେ କଂଗ୍ରେସ ସହିତ ଯାଉନାହୁଁ, କିନ୍ତୁ ତାଙ୍କ ଆନ୍ଦୋଳନକୁ ସମର୍ଥନ କରୁଛୁ’ ବୋଲି କହିବା ବିଜେଡିର ନିହାତି ଏକ ଦୋମୁହାଁ ନୀତି। ‘ଲୁଚିଛି ନା ମୋ ଗୋଡ଼ ଦୁଇଟା ଦିଶୁଛି’ ନ୍ୟାୟରେ ବିଜେଡି କଥା କହୁଛି । ନବୀନ ବାବୁ ଆଜି ରାଜ୍ୟବାସୀଙ୍କ ଆଗରେ ସ୍ପଷ୍ଟ କରନ୍ତୁ, ସେ କଂଗ୍ରେସ ପାର୍ଟି ସହିତ ଅଛନ୍ତି ନା ଓଡ଼ିଶାର ରାଜ୍ୟବାସୀଙ୍କ ସହିତ ଅଛନ୍ତି? ଏହି ଦୋମୁହାଁ ରାଜନୀତି ବିରୋଧରେ ଆଜି ଭାରତୀୟ ଜନତା ପାର୍ଟି ରାଜରାସ୍ତାକୁ ଓହ୍ଲାଇଛି ।

ଯେଉଁମାନେ ଅତୀତରେ ଯୁବକମାନଙ୍କ ଉପରେ ଆକ୍ରମଣ କରିଥିଲେ ଏବଂ ବୁର୍ଲା ଛାତ୍ର ଆନ୍ଦୋଳନ ଠାରୁ ଆରମ୍ଭ କରି ଛବିରାଣୀ ଘଟଣା ପର୍ଯ୍ୟନ୍ତ ନିନ୍ଦନୀୟ କାର୍ଯ୍ୟରେ ଲିପ୍ତ ଥିଲେ, ସେମାନେ ଆଜି ବଡ଼ପଣ୍ଡା ସାଜିଛନ୍ତି । ସେମାନଙ୍କ ସହିତ ଏକାଠି ହୋଇ ନବୀନ ବାବୁ ଯେଉଁଭଳି ମନ୍ତବ୍ୟ ଦେଉଛନ୍ତି, ତାହା ଦୁର୍ଭାଗ୍ୟପୂର୍ଣ୍ଣ ଓ ଚିନ୍ତାଜନକ । ପରୀକ୍ଷା ବିଷୟରେ କହିବାକୁ ଗଲେ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଅତ୍ୟନ୍ତ ସ୍ୱଚ୍ଛତା ଓ ଦୃଢ଼ତାର ସହିତ ପରୀକ୍ଷା ପରିଚାଳନା କରାଇ ଫଳ ପ୍ରକାଶ କରାଇଛନ୍ତି, ଯାହା ଏକ ପ୍ରଶଂସନୀୟ ଓ ଦୃଷ୍ଟାନ୍ତମୂଳକ ପଦକ୍ଷେପ । ମାତ୍ର ସାଧାରଣ ଲୋକ ଏହାକୁ ଗ୍ରହଣ କରୁଥିବା ବେଳେ,

କେତେକ ଦେଶବିରୋଧୀ ଓ ଛାତ୍ରବିରୋଧୀ ଶକ୍ତି ହାତରେ ଢେଲା ଓ ଲାଠି ଧରି ଆନ୍ଦୋଳନ ନାଁରେ ହିଂସା ସୃଷ୍ଟି କରୁଛନ୍ତି । ଆମେ ସେମାନଙ୍କୁ ଚେତାବନୀ ଦେଉଛୁ, ଛାତ୍ରଛାତ୍ରୀମାନେ କେବେ ହେଲେ ଦେଶବିରୋଧୀ ନାରା ଦିଅନ୍ତି ନାହିଁ କିମ୍ବା ଦେଶର ସମ୍ପତ୍ତି ନଷ୍ଟ କରନ୍ତି ନାହିଁ। ବାସ୍ତବରେ, ନବୀନ ବାବୁ ଓ ରାହୁଲ ଗାନ୍ଧୀ ହେଉଛନ୍ତି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ। ଆଜି ସେମାନଙ୍କର ମୁଖା ଖୋଲିଯାଇଛି। ସେମାନଙ୍କର ଏହି ଅପବିତ୍ର ସାଲିସ୍ ରାଜନୀତିକୁ ପଦାରେ ପକାଇବା ପାଇଁ ଭାରତୀୟ ଜନତା ପାର୍ଟି ରାଜରାସ୍ତାକୁ ଓହ୍ଲାଇଛି। ଆଗାମୀ ଦିନରେ ଓଡ଼ିଶାର ରାଜ୍ୟବାସୀ ଏହାର ଯୋଗ୍ୟ ଜବାବ ଦେବେ।

ସେହିପରି ଅନ୍ୟ ଦଳୀୟ ବିଧାୟକମାନେ କହିଛନ୍ତି ଯେ ଦୀର୍ଘଦିନ ଧରି ଚାଲିଆସିଥିବା ଶାସନ ଓ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟ ବାବଦରେ ଆଜି ରାଜ୍ୟବାସୀ ଗମ୍ଭୀରତାର ସହ ଚିନ୍ତା କରିବାର ଆବଶ୍ୟକତା ରହିଛି । ବିଜେଡି ଶାସନ କାଳରେ ଯେଉଁଭଳି ଭାବେ ସରକାରୀ ଚାକିରି କ୍ଷେତ୍ରରେ ବ୍ୟାପକ ଦୁର୍ନୀତି ହୋଇଛି, ବାରମ୍ବାର ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇ ପରୀକ୍ଷା ବାତିଲ ହୋଇଛି, ତାହା ଓଡ଼ିଶାର ଯୁବପିଢ଼ିଙ୍କ ଭବିଷ୍ୟତକୁ ଅନ୍ଧକାର ଆଡ଼କୁ ଠେଲି ଦେଇଛି ।

ଅନ୍ୟପଟେ, ରାହୁଲ ଗାନ୍ଧୀ ଯୁବକମାନଙ୍କୁ ବିଭ୍ରାନ୍ତ ଓ ଏକଜୁଟ କରି ଯେଉଁ ରାଜନୈତିକ ଧନ୍ଦା କରୁଛନ୍ତି, ଏହି ସଚେତନ ଯୁବକମାନେ ନିଶ୍ଚିତ ଭାବେ ତାଙ୍କୁ ଉଚିତ୍ ଜବାବ ଦେବେ । ରାହୁଲ ଗାନ୍ଧୀ ଯେଉଁଭଳି ଭାବେ ସମଗ୍ର ରାଜନୀତିରେ ହିଂସାତ୍ମକ ପରିବେଶ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି, ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଆଜି ଦେଶବିରୋଧୀ ଶକ୍ତିମାନଙ୍କ ସହିତ ହାତ ମିଶାଇଛନ୍ତି। କଂଗ୍ରେସ ଓ କକ୍ରୋଚ ଜନତା ପାର୍ଟି ପକ୍ଷରୁ ପରୀକ୍ଷା ନାଁରେ କରାଯାଉଥିବା ଆନ୍ଦୋଳନରେ ଦେଶବିରୋଧୀ ନାରାବାଜି କରାଯାଉଛି।

ଏପରିକି ଷ୍ଟୁଡେଣ୍ଟ୍ ଇସଲାମିକ ମୁଭମେଣ୍ଟ ଅଫ୍ ଇଣ୍ଡିଆ ଫାଉଣ୍ଡେସରର ପ୍ରତିଷ୍ଠାତା ସଦସ୍ୟଙ୍କ ଭଳି ବ୍ୟକ୍ତିମାନଙ୍କୁ ନେଇ ସେମାନେ ଦେଶବିରୋଧୀ ଚକ୍ରାନ୍ତ ରଚୁଛନ୍ତି। ନବୀନ ବାବୁ ଆଜି ଏହିଭଳି ଦେଶବିରୋଧୀ ଶକ୍ତିମାନଙ୍କୁ ସମର୍ଥନ ଜଣାଇ ନିଜର ପ୍ରକୃତ ଚେହେରାକୁ ରାଜ୍ୟବାସୀଙ୍କ ସାମ୍ନାରେ ପଦାରେ ପକାଇଛନ୍ତି। ବୋଲି ବିଜେପି କହିଛି । ଏହି ପ୍ରତିବାଦ ସଭାରେ ବିଧାୟକ ସୀମାରାଣୀ ନାୟକ, ବିଭୂତି ପ୍ରଧାନ, ଟଙ୍କଧର ତ୍ରିପାଠୀ, କୃଷ୍ଣଚନ୍ଦ୍ର ନାୟକ, ବିଜେପି ରାଜ୍ୟ ଉପସଭାପତି ଯତୀନ ମହାନ୍ତି, ସାଧାରଣ ସମ୍ପାଦକ ଶାରଦା ଶତପଥୀ ଓ ମୁଖପାତ୍ର ଦିଲ୍ଲୀପ ମଲ୍ଲିକ, ସୁଦୀପ୍ତ ରାଏ ଓ ଅନିଲ ବିଶ୍ୱାଲ ପ୍ରମୁଖ ସାମିଲ ହୋଇଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରାହୁଲ-ନବୀନ : ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ – ବାବୁ ସିଂହ

ରାହୁଲ-ନବୀନ : ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ – ବାବୁ ସିଂହ

July 23, 2026
ପୂର୍ବାଞ୍ଚଳ ଆଞ୍ଚଳିକ ପୋଲିସ ସମନ୍ୱୟ କମିଟି (ERPCC) ବୈଠକ–୨୦୨୬ : ଆନ୍ତଃରାଜ୍ୟ ଅପରାଧ, ନକ୍ସଲ ଦମନ ଓ ସମନ୍ୱିତ ସୁରକ୍ଷା ରଣନୀତି ଉପରେ ବ୍ୟାପକ ଆଲୋଚନା

Eastern Regional Police Coordination Committee (ERPCC) Meeting–2026

ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ବିଜୁ ଯୁବ ଓ ଛାତ୍ର ଜନତା ଦଳର ବିକ୍ଷୋଭ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି

ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ବିଜୁ ଯୁବ ଓ ଛାତ୍ର ଜନତା ଦଳର ବିକ୍ଷୋଭ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି

July 22, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରାହୁଲ-ନବୀନ : ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ – ବାବୁ ସିଂହ

ରାହୁଲ-ନବୀନ : ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ – ବାବୁ ସିଂହ

July 23, 2026
ପୂର୍ବାଞ୍ଚଳ ଆଞ୍ଚଳିକ ପୋଲିସ ସମନ୍ୱୟ କମିଟି (ERPCC) ବୈଠକ–୨୦୨୬ : ଆନ୍ତଃରାଜ୍ୟ ଅପରାଧ, ନକ୍ସଲ ଦମନ ଓ ସମନ୍ୱିତ ସୁରକ୍ଷା ରଣନୀତି ଉପରେ ବ୍ୟାପକ ଆଲୋଚନା

Eastern Regional Police Coordination Committee (ERPCC) Meeting–2026

July 23, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version