ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବ୍ରହ୍ମଗିରି ତହସିଲ ଅନ୍ତର୍ଗତ ବୁଧଙ୍ଗ ମୌଜାର ଜମି ମାଲିକ ମାନଙ୍କୁ ସତ୍ଵଲିପି ବା ଖତିଆନା ବଣ୍ଟନ ଆରମ୍ଭ ହୋଇଛି।ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡାଙ୍କ ନିର୍ଦ୍ଦେଶ ଓ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ତଥା ଚକବନ୍ଦୀ ଉପ ନିର୍ଦ୍ଦେଶକ ଡ ଶରତ ଚନ୍ଦ୍ର ମହାପାତ୍ର ଙ୍କ ପରାମର୍ଶ କ୍ରମେ ଅତିରିକ୍ତ ଉପ ଜିଲ୍ଲାପାଳ ତଥା ଚକବନ୍ଦୀ ଅଧିକାରୀ ନିଳମାଧବ ମାଝୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିଲା।ଆଜି ପୂର୍ବାହ୍ନରେ ଚକବନ୍ଦୀ କାର୍ଯ୍ୟାଳୟ ପରିସରରେ ଚୁଡାନ୍ତ ସତ୍ଵଲିପି ବା ଖତିଆନା ସଂପୃକ୍ତ ଜମି ମାଲିକ ମାନଙ୍କୁ ପ୍ରଦାନ କରାଯାଇଥିଲା।















