ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ସେବା ପକ୍ଷ ଅବସରରେ ପୁରୀ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ଓ ଲଳିତ କଳା ଏକାଡେମୀ ର ମିଳିତ ଆନୁକୂଲ୍ୟରେ ଆଜି ଏକ ଚିତ୍ରକଳା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ୨୦୪୭ ବିକଶିତ ଭାରତର ପରିକଳ୍ପନା ଶୀର୍ଷକ ଏହି ପ୍ରତିଯୋଗିତା ସଂସ୍କୃତି ଭବନ ସ୍ଥିତ ଲଳିତ କଳା ଏକାଡେମୀ ଗ୍ୟାଲେରୀ ରେ ଅନୁଷ୍ଠିତ ହୋଇଥିଲା । ଏହି ଚିତ୍ରକଳା ପ୍ରତିଯୋଗିତା ଓ ପ୍ରଦର୍ଶନୀ କୁ ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା ଉଦଘାଟନ କରିବା ସହ ପ୍ରତ୍ୟେକ କଳାକାର ନିଜର ସୃଜନଶୀଳତା ଓ ଭାବନା କୁ କାନଭାସରେ ଲିପିବଦ୍ଧ କରି ସମାଜକୁ ବାର୍ତ୍ତା ଦେଇଥାନ୍ତି ବୋଲି କହିଥିଲେ।















